ଓଡ଼ିଶାବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର
ଖୁବ୍ ଶୀଘ୍ର ମୁମ୍ବାଇରେ ଏକ ଭଡା ଘରେ ସିଫ୍ଟ ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତ୍ତି

ପୁଣି ଚର୍ଚ୍ଚାର ପରିସର ମଧ୍ୟ ଆସିଛନ୍ତି ଏହି ଷ୍ଟାର ଦମ୍ପତି । ଖୁବ୍ ଶୀଘ୍ର ମୁମ୍ବାଇରେ ଏକ ଭଡା ଘରେ ସିଫ୍ଟ ହେବାକୁ ଯାଉଛନ୍ତି କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଏହି କପଲ ଜୁଜୁରେ ୧୬୫୦ ସ୍କୋୟାର ଫୁଟ୍ରେ ଏକ ଫ୍ଲାଟ ଭଡାରେ ନେଇଛନ୍ତି, ଯାହା ପାଇଁ ଦମ୍ପତ୍ତିଙ୍କୁ ପ୍ରତିମାସ ମୋଟା ଅଙ୍କର ଘର ଭଡା ଦେବାକୁ ପଡିବ ।
କିଛି ଦିନ ପୂର୍ବେ କୋହଲି ଓ ଅନୁଷ୍କା ନିଜ ଘରର ଡିଲ୍ ଫାଇନାଲ କରିଛନ୍ତି। ଏହି ଘର ପାଇଁ ଦୁହିଁଙ୍କୁ ମାସକୁ ୨.୭୬ ଲକ୍ଷ ଟଙ୍କା ଦେବାକୁ ପଡିବ। ତାଙ୍କର ନୂଆ ଘରର ଖାସ୍ କଥା ଏହା ଯେ, ସେଠାରୁ ସମୁଦ୍ର ଖୁବ୍ ଭଲ ଭାବରେ ଦେଖାଯାଏ। ଦୁହେଁ ଯେଉଁ ଘରକୁ ଭଡାରେ ନେଇଛନ୍ତି, ତାହା ପୂର୍ବତନ କ୍ରିକେଟର ସମରଜିତ୍ ସିଂହ ଗାଏକଓ୍ବାଡଙ୍କର ରହିଛି।