ରାଜ୍ୟରେ କମୁଛି ଶୀତର ପ୍ରକୋପ
ରାଜ୍ୟରେ ଗତକାଲି ପାଗ ମେଘୁଆ ରହିଥିଲା । ଗୋଟିଏ କି ଦୁଇଟି ଜାଗାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଗୁରୁବାର ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ଅଛି । ଶୁକ୍ରବାର ଠାରୁ ପାଗ ଫିଟିବ । ତା' ପରେ ଧୀରେଧୀରେ ରାତି ତାପମାତ୍ରା କମିବା ସହ ଶୀତ ପୁଣି ବଢ଼ିବ । ପରବର୍ତ୍ତୀ ଦୁଇଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ କମିପାରେ ।

ରାଜ୍ୟରେ ଗତକାଲି ପାଗ ମେଘୁଆ ରହିଥିଲା । ଗୋଟିଏ କି ଦୁଇଟି ଜାଗାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଗୁରୁବାର ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ଅଛି । ଶୁକ୍ରବାର ଠାରୁ ପାଗ ଫିଟିବ । ତା’ ପରେ ଧୀରେଧୀରେ ରାତି ତାପମାତ୍ରା କମିବା ସହ ଶୀତ ପୁଣି ବଢ଼ିବ । ପରବର୍ତ୍ତୀ ଦୁଇଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ କମିପାରେ ।
ପାଗ ମେଘୁଆ ଥିବାରୁ ମଙ୍ଗଳବାର ରାତିରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି । ସୋନପୁର (୧୪ ଡିଗ୍ରୀ) ବାଦ୍ ରାଜ୍ୟ ସବୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଗତକାଲି ଦିନତମାମ ଅଧିକାଂଶ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲା । କୋହଲା ପାଗ ସହ ହାଲୁକା ପବନ ବହୁଥିଲା । ଗୋପାଳପୁରରେ ଦିନବେଳା ୧୦ ମିଲିମିଟର, ପାରଳାଖେମୁଣ୍ଡିରେ ୬.୬, ନୟାଗଡ଼ରେ ୨, ଦାରିଙ୍ଗିବାଡ଼ିରେ ୨ ମିମି ବର୍ଷା ହୋଇଥିଲା ।
ଆଜି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଶୁକ୍ରବାରଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ । ପରବର୍ତ୍ତୀ ଦୁଇଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିପାରେ ।