ଓଡ଼ିଶାଦୁର୍ଘଟଣା

ଦେବୀ ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ

ଦେବୀ ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ । ନିଆଳି ସଡାଂଶ ପଞ୍ଚାୟତ ପାଟେଳି ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗତ ସୋମବାର ଛାତ୍ର ଜଣକ ନଦୀକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ନଦୀ ପଠାରୁ ଗାଁ ଲୋକେ ଛାତ୍ରର ସାର୍ଟ, ଚପଲ ପଡିଥିବା ଦେଖିବାକୁ ପାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି ।  ନିଖୋଜ ଛାତ୍ରର ନାମ ହେଉଛି ଶୁଭମ । ଶୁଭମ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିବା ଜଣାପଡିଛି ।

Show More

Related Articles

Back to top button