Breaking PLUSଦେଶମୁଖ୍ୟ ଖବରରାଜନୀତି

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ

10ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟ

ନୂଆଦିଲ୍ଲୀ- ଦେଶ ଦେଉଛି ଭୋଟ । ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ୧୦ ରାଜ୍ୟ ଓ ୨କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୩ଟି ଲୋକସଭା ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେଇପାରିବେ ଜନତା। ନିଜର ମୂଲ୍ୟବାନ ଭୋଟ ଦେଇ ୧୩ଶହ ୩୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭କୋଟିରୁ ଅଧିକ ଭୋଟର। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟର ୨୫ଟି ସିଟ୍‌‌, କର୍ଣ୍ଣାଟକର ୧୪ଟି ସିଟ୍‌‌, ମହାରାଷ୍ଟ୍ରର ୧୧ଟି ସିଟ୍‌‌, ଉତ୍ତରପ୍ରଦେଶର ୧୦ଟି ସିଟ୍‌‌, ମଧ୍ୟପ୍ରଦେଶର ୮ଟି ସିଟ୍‌‌, ଛତିଶଗଡର ୭ଟି, ଗୋଆର ୨ଟି, ବିହାର ୫ଟି ଏବଂ ଆସାମ ଓ ପଶ୍ଚିମବଙ୍ଗା ୪ଟି ଲେଖାଏଁ ସିଟରେ ମତଦାନ ଗ୍ରହଣ କରାଯାଉଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ମତଦାନ ଅନୁଷ୍ଠିତ ହେଉଛି।

Show More

Related Articles

Back to top button