ଓଡ଼ିଶାଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱାସ୍ଥ୍ୟ

ଡେଙ୍ଗୁ ପାଇଁ ଆତଙ୍କିତ ରାଜଧାନୀବାସୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଗତ ଦୁଇଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁ ବରଣ କରିବା ପରେ ରାଜଧାନୀବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ମୃତକ ଜଣକ ହେଉଛନ୍ତି ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ । ସେ ନିଳାଦ୍ରୀବିହାର ଅଞ୍ଚଳର ବାସିନ୍ଦା ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବୁଧବାର ତାଙ୍କର ପରଲୋକ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁୟାୟୀ, ସରକାରୀ ଭାବେ ସହରରୁ ୫ ରୁ ୬ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ, ବେସରକାରୀ ସଂଖ୍ୟା ୧୦୦ ଡ଼େଇଁଥିବା କୁହାଯାଉଛି । ବିଶେଷକରି ବସ୍ତି ଅଞ୍ଚଳରେ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ସ୍ଥିତି ଅଣାୟତ ହେବାକୁ ବସିଥିବାବେଳେ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ମାତ୍ର ୨ଟି ମାମଲା ରହିଥିବା ମେୟର ସୁଲୋଚନା ଦାସ କହିଛନ୍ତି ।

 

 

 

Show More

Related Articles

Back to top button