Breaking PLUSଅପରାଧଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ସମ୍ପତ୍ତି ପାଇଁ ଦୁଇ ଜ୍ୱାଇଁଙ୍କ ମଧ୍ୟରେ ଛୁରା ମାଡ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ସମ୍ପତ୍ତି ପାଇଁ ଦୁଇ ଜ୍ୱାଇଙ୍କ ମଧ୍ୟରେ ଛୁରା ମାଡ଼ । ଦୁଇ ଜ୍ୱାଇଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଯମୁନାକୋଟ ଗାଁର ଛବିନ୍ଦ୍ର ସାହୁ । ତାଙ୍କୁ ଗୁଗୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ,ସମ୍ପତ୍ତି ଲୋଭରେ ଛବିନ୍ଦ୍ରଙ୍କ ଉପରକୁ ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି । ଛବିନ୍ଦ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଏବଂ ଜ୍ୱାଇଁ ସମ୍ପତ୍ତି ଭାଗ ନେବା ପାଇଁ ତାଙ୍କ ମଧ୍ୟରେ ଝଗଡା ଲାଗି ରହିିଥିଲା । ଆଜି ଛବିନ୍ଦ୍ର ଘର ବାହାରକୁ ଆସିବା ମାତ୍ରେ ଦୁଇ ଜ୍ୱାଇଁ ବାପି ସାହୁ ଓ ଅମରେଶ ସାହୁ ତାଙ୍କ ଉପରକୁ ଛୁରୀ ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ତ୍ରୀ କସ୍ତୁରୀ ସାହୁ ଛବିନ୍ଦ୍ରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ଛବିନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଛି ।

Show More

Related Articles

Back to top button