ଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ବୃଦ୍ଧି ପାଉଛି ହୀରାକୁଦର ଜଳସ୍ତର : ଖୋଲିଲା ଆଉ ୫ଟି ଗେଟ୍

ଭୁବନେଶ୍ୱର: ବୃଦ୍ଧି ପାଉଛି ହୀରାକୁଦରେ ଜଳସ୍ତର । ଏଥିପାଇଁ ଖୋଲିଲା ହୀରାକୁଦର ଆଉ ୫ ଟି ଗେଟ୍ । ପର୍ଯ୍ୟାୟକ୍ରମେ ଖୋଲିବ ଆଉ ୧୪ଟି ଗେଟ୍ । ମୋଟ ୩୧ ଟି ଗେଟ୍ ଦେଇ ନିଷ୍କାସନ ହେଉଛି ଜଳ । ପୂର୍ବରୁ ୨୬ଟି ଗେଟ୍ ଦେଇ ନିଷ୍କାସନ ହେଉଥିଲା । ପର୍ଯ୍ୟାକ୍ରମେ ଆଜି ମୋଟ ୧୪ଟି ଗେଟ୍ ଖୋଲାଯିବ । ପୂର୍ବରୁ ୨୬ଟି ଗେଟ୍ ଏବଂ ଆଜିର ୧୪ଟି ଗେଟ୍ ମିଶାଇ ମୋଟ୍ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବ ।ଏବେ ଖୋଲିଲା ଆଉ ୫ଟି ଗେଟ୍, ସନ୍ଧ୍ୟାସୁଦ୍ଧା ଖୋଲିବ ଆଉ ୯ଟି ଗେଟ୍ ଖୋଲିବ । ମୋଟ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ । ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସୂଚନାଥାଉକି ଗତକାଲି ୮ଟି ଗେଟ୍ ବନ୍ଦ କରାଯାଇଥିଲା । ବାମପାଖରେ ୨୩, ଡାହଣପାଖରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୮ ଫୁଟ ରହିଥିଲା । ପ୍ରତି ସେକଣ୍ଡରେ ୭ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କୁରଛି । ହୀରାକୁଦରୁ ପାଣି ମୁଣ୍ଡଳିରେ ପହଞ୍ଚିବା ପାଇଁ ୩୬ ରୁ ୪୮ ଘଣ୍ଟା ସମୟ ଲାଗୁଛି ।  ୧୪ ଗେଟ୍ ଖୋଲିବା ପରେ ବି ମଧ୍ୟମ ଧରଣର ବନ୍ୟା ରହିବ । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ,ସୂଚନା ଦେଇଛନ୍ତି ।

Show More

Related Articles

Back to top button