ଭୁବନେଶ୍ୱର: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ରହିବ ଶୁଖିଲା। ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ମଧ୍ୟ ଅନୁଭୁତ ହେବ । ୨୪,୨୫, ୨୬ ତିନିଦିନ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ମାତ୍ର ୨୭ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ୨୬ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ସୂଚନାମିଳିଛି। ୨୭ରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ବିଭାଗ ଆକଳନ କରିଛି। ଅନ୍ୟପଟେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହେଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମୁଦ୍ର ପତ୍ତନଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ଏକ ନିମ୍ନଚାପ ରେଖା ରହିଛି। ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡ଼ିଶା, ଉତ୍ତର-ଛତିଶଗଡ଼ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏଁ ଲମ୍ୱିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ଲାଗିରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଶନିବାରଠାରୁ ଏହି ପାଗରେ ପରିବର୍ତ୍ତନ ଆସିବା ସହିତ ୨୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ଏହାପରେ ପୁଣି ପାଗ ବଦଳିବ ବୋଲି ଜଣାପଡ଼ିଛି।
Related Articles
Check Also
Close
-
ଆଇପିଏଲ 2025- ଋଷଭ ପନ୍ଥ ସବୁଠୁ ଦାମୀ16 hours ago