Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ୱର- ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା ରହିଛି । ରାତ୍ରି ତାପମାତ୍ରା ୪.୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସିମିଳିଗୁଡ଼ା ୫.୬, ଫୁଲବାଣୀ ୬, କିରେଇ ୭.୧, କୋରାପୁଟ ୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କେନ୍ଦୁଝର ୭.୮, ଦାରିଙ୍ଗବାଡ଼ି ୮, ଅନୁଗୁଳ ୮.୬, ରାଉରକେଲା ୮.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ନବରଙ୍ଗପୁର ୯ ଡିଗ୍ରୀ, ସୋନପୁର ୯.୩ ଡିଗ୍ରୀ, ଝାରସୁଗୁଡ଼ା ଓ ରାଣୀତାଲ ୯.୪ ଡିଗ୍ରୀ, ଚିପିଲିମା ୯.୮ ଡିଗ୍ରୀ, କଟକ ୧୩.୨, ଭୁବନେଶ୍ବର ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଛି ।