ଓଡ଼ିଶାପାଣିପାଗ

ଦାନା ବାନ୍ଧୁଛି ବାତ୍ୟା

୬ ତାରିଖରେ ଘନୀଭୂତ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସେପଟେ ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗରରେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ’ ୫ ବେଳକୁ ଲଘୁଚାପର ରୂପ ନେଇପାରେ ଏବଂ ୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହୋଇନଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।

ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଭିନ୍ନ ଭିନ୍ନ ଆକଳନ ଦର୍ଶାଉଛି । ଆସନ୍ତା ୧୦ ବେଳକୁ ଆନ୍ଦ୍ରପ୍ରଦେଶ,ଓଡିଶା, ଏବଂ ପଶ୍ଚିମବଙ୍ଗ ମଧ୍ୟରେ ମାଡ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।  ଆସନ୍ତା ୨ରୁ ୩ ଦିନ ଭିତରେ ଏହାର ଚିତ୍ର ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button