Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ମଦ ଭାଟିରେ ପଶିଲେ ମହିଳା
ଦୀର୍ଘ ୩୦ ବର୍ଷ ହେଲା ପୋଲିସ୍ ଜାଣତରେ ଚାଲିଥିଲା ଦେଶୀ ମଦ ବେପାର।

କଟକ: ଦୀର୍ଘ ୩୦ ବର୍ଷ ହେଲା ପୋଲିସ୍ ଜାଣତରେ ଚାଲିଥିଲା ଦେଶୀ ମଦ ବେପାର। ଶତାଧିକ ମହିଳା ମଦ ଭାଟିରେ ଚଢ଼ାଉ କରି ବିପୁଳ ମାତ୍ରାରେ ମଦ ଜବତ କରିବା ସହିତ ପୋଲିସକୁ ଜିମା ଦେଇଛନ୍ତି। ଏନେଇ ପୋଲିସ ୩ଜଣ ମହିଳାଙ୍କୁ ଅଟକ ରଖିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ଵାର ପୌରପାଳିକା ୧୭ନଂ ୱାର୍ଡ ନୂଆସାହିରେ। ଏହି ୱାର୍ଡ ସହିତ ଆଖ ପାଖ ଅଞ୍ଚଳର ବହୁ ଯୁବକ ଏହି ସ୍ଥାନରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ପାରିବାରିକ ଅଶାନ୍ତି କରିବା ସହିତ ଯାହା ରୋଜଗାର କରନ୍ତି ସବୁ କିଛି ଏହି ଭାଟିରେ ଦେଇ ମଦ ପିଅନ୍ତି । ଏମିତିକି କିଛି ଯୁବକ ଘରକୁ ନଯାଇ ଏଠାରେ ରାତିରେ ରହୁଥିବା କିଛି ମହିଳା ଅଭିଯୋଗ କରିଛନ୍ତି ।