Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ସ୍ୱାମୀକୁ ମାରିବାକୁ ୮୦ ହଜାର ସୁପାରି ଦେଲା ସ୍ତ୍ରୀ

ପ୍ରେମ ପାଇଁ ସିଲସିଲା ନାମକ ଏହି ମହିଳା ଜଣକ ମଥା ସିନ୍ଦୁରକୁ ବି ବାଜିରେ ଲଗାଇ ପାରନ୍ତି।

ଭୁବନେଶ୍ୱର: ପ୍ରେମିକାର ନାଁଟା ଯେମିତି ସିଲସିଲା ତାର କାମ ବି ଠିକ୍ ସେମିତି ସିଲସିଲା । ନାଁଟା ଯେତିକି ଶିହରଣ ଖେଳାଇଲା ଭଳିଆକାମ ତାଠୁ ଅଧିକ ରୋମାଞ୍ଚକର। ପ୍ରେମ ପାଇଁ ସିଲସିଲା ନାମକ ଏହି ମହିଳା ଜଣକ ମଥା ସିନ୍ଦୁରକୁ ବି ବାଜିରେ ଲଗାଇ ପାରନ୍ତି। ସୁପାରି ଦେଇପାରନ୍ତି ସ୍ୱାମିର ହତ୍ୟା ପାଇଁ। ପ୍ରେମିକା ଆଉ ଡ୍ରାଇଭର ପ୍ରେମିକ ଦୁହେଁ କୁଆଡେ ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଏକାଠି ରହୁଥିଲେ। ଆଉ ସେଇଠି ପ୍ରସ୍ତୁତ କରିଥିଲେ, ସ୍ୱାମୀ ହତ୍ୟାର ଷଡଯନ୍ତ୍ର। ୮୦ ହଜାର ଟଙ୍କାରେ ସ୍ୱାମୀ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ।ବେଶ୍‌ ସାଧାସିଧା ଦିଶୁଥିବା ସିଲସିଲା ଏବେ ଫେରାର ଅଛି। ସ୍ୱାମୀଙ୍କୁ ମାରିବା ପାଇଁ ସୁପାରି ଦେଇ ସେ ଫେରାର ହୋଇଯାଇଛିକେଉଁ ଅଜ୍ଞାତ ସ୍ଥାନକୁ। ଯଦି ବାଇଚାନ୍ସ ତାଙ୍କ ଷଡଯନ୍ତ୍ର ସଫଳ ହୋଇଥାନ୍ତା । ତାହେଲେ ହୁଏତ ସେ ଆଜିନିଜ ତଥାକଥିତ ପ୍ରେମିକ ସହ ରୋମାନ୍ସ କରୁଥାନ୍ତା। ସ୍ୱାମୀ ମରିବାର ଖୁସିରେ ମସଗୁଲ୍‌ ହୋଇ ରାତିକୁ ରଙ୍ଗୀନ୍ କରୁଥାନ୍ତା।  କିନ୍ତୁ ସେମିତି କିଛି ହେଲାନି। ଷଡଯନ୍ତ୍ର ବିଫଳ ହେଲା। ଧରାପଡିଗଲା ସୁପାରି କିଲର। ଓରଫ ସିଲସିଲାଙ୍କ ପ୍ରେମିକ। ଘଟଣାଟି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର। ସିଲସିଲା ହେଉଛନ୍ତି ଜଣେ ଇଞ୍ଜିନିୟରଙ୍କ ପତ୍ନୀ। ହେଲେ ସ୍ୱାମୀ ପ୍ରେମକୁ ତୁଚ୍ଛ କରି ସିଏ ମାତିଥିଲେସ୍ୱାମୀଙ୍କ ଗାଡି ଚଳାଉଥିବା ଡ୍ରାଇଭର ପ୍ରେମରେ। ରେଳବାଇର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ । ଡ୍ରାଇଭର ପ୍ରେମରେ ପଡ଼ିଯାଇଥିଲେ ଇଞ୍ଜିନିୟରଙ୍କ ପତ୍ନୀ। ଖାସ୍ ସେଇଥି ପାଇଁ ସବୁ ଦିନ ପାଇଁ ସ୍ଵାମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ରଚାଗଲା ଷଡ଼ଯନ୍ତ୍ର ।

Show More

Related Articles

Back to top button