
ବ୍ରଣ ପାଇଁ ଆତ୍ମହତ୍ୟା । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ, କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ଅଟେ । ବ୍ରଣ ସମସ୍ୟ ଯୋଗୁଁ ଉତ୍ତର ପ୍ରଦେଶର ବାନ୍ଦ୍ରା ଜିଲ୍ଲାର ଜଣେ ଯୁବତୀ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ , ବ୍ରଣ ସମସ୍ୟ ଯୋଗୁଁ ଯୁବତୀଙ୍କ ଅନେକ ବିବାହ ପ୍ରସ୍ତାବ ଭାଙ୍ଗିଯାଉଥିଲା। ଅନେକ ଚିକିତ୍ସା ପରେ ମଧ୍ୟ କିଛି ସୁଫଳ ମିଳୁନଥିଲା । ତାଙ୍କୁ ବାରମ୍ବାର ଲୋକହସାର ଶିକାର ହେବାକୁ ପଡୁଥିଲା । ଏଥିପାଇଁ ସେ ଧୀରେଧୀରେ ଡିପ୍ରେସନକୁ ଚାଲିଯାଇଥିଲେ । ଶେଷରେ ଘରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଗତ ସୋମବାର ସନ୍ଧ୍ୟାରେ ସେ ଫ୍ୟାନ୍ରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।
ଅନ୍ୟପଟେ ବିଂସଡ଼ା ଥାନାଧିକାରୀ କେକେ ପାଣ୍ଡେଙ୍କ କହିବାନୁସାରେ, ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବା ସହ ଆତ୍ମହତ୍ୟାର ତଦନ୍ତ ଜାରି ରହିବ ।