
ଅହମଦାବାଦ: ବିନା ବରରେ ବାହାହେଲେ ଯୁବତୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଗୁଜୁରାଟର କ୍ଷମା ବିନ୍ଦୁ ନିଜକୁ ନିଜେ ବିବାହ କରି ଚର୍ଚ୍ଚାରେ ରହିଛନ୍ତି । ଶେଷର ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି। ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି ।
ତେବେ ଏହି ବିହାହ ବିନା ବର ଏବଂ ପଣ୍ଡିତରେ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ କ୍ଷମାଙ୍କର କେବଳ କିଛି ବନ୍ଧୁ ହିଁ ଉପସ୍ଥିତ ଥିଲେ। ସେହିପରି ଏହି ବିବାହ ଉତ୍ସବରେ ହଳଦୀ, ମେହେନ୍ଦୀ ଭଳି କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।
ଗତ ବୁଧବାର ଦିନ କ୍ଷମା ନିଜେ ନିଜକୁ ବିବାହ କରିଛନ୍ତି। ଏହା ପୂର୍ବରୁ ଜୁନ ୧୧ରେ କ୍ଷମା ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ବିବାହକୁ ନେଇ ହେଉଥିବା ବିବାଦ ପାଇଁ ସେ ୩ ଦିନ ପୂର୍ବରୁ ବିବାହ କରିଥିବା ସୂଚନା ମିଳିଛି।
କ୍ଷମାଙ୍କ କହିବା ମୁତାବକ , ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା । କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ । କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ । ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲା । ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ପାଦ ବଢାଇଛନ୍ତି କ୍ଷମା । ଯେଉଁଠି କ୍ଷମା ନିଜେ ନିଜକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି ।