ବାତ୍ୟା ପରେ ତାତି ଆଶଙ୍କା

ବାତ୍ୟା ପରେ ତାତି ଆଶଙ୍କା । ବାତ୍ୟା ଚାଲିଯିବା ପରେ ଏବେ ତାପମାତ୍ରାକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ଆଗକୁ ଆହୁରି ତାପମାତ୍ରା ବଢିପାରେ ବୋଲି ଆକଳନ କରା ଯାଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ଦେଖାଦେଇ ଖରା ଓ ତାତି ଅନୁଭୂତ ହୋଇଥିଲା ।
ପାଣିପାଗ ବିଶେଷଜ୍ଞଙ୍କ ସୂଚନା ମୁତାବକ , ରାଜ୍ୟରେ ଧୀରେ ଧୀରେ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଆଗକୁ ଆଭ୍ୟନ୍ତରୀଣ ଓଡିଶାରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ରହିବ ।
ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପୂର୍ବରୁ ସମୁଦ୍ର ଭିତରେ ବାତ୍ୟା ଅସାନି ଆଗକୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଓଡିଶା ଉପରେ ବିଶେଷ ପ୍ରଭାବ ପଡିନଥିଲା । ବୁଧବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ନରୋସପୁର ଓ ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁ ପୁଣି ରିକର୍ଭ କରିଥିଲା । ସେହିପରି ଆନ୍ଦ୍ରରେ ମଧ୍ୟମ ଧରଣର ପବନ ବହିବା ସହ ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଛି । ବାତ୍ୟା ଓ କାଳବୈଶାଖୀ ପ୍ରଭାବରେ ଓଡିଶାରେ ବର୍ଷା ହେବା ଯୋଗୁଁ ତାତିରୁ ଟିକିଏ ତ୍ରାହି ମିଳିଥିଲା । ହେଲେ, ଏବେ ବାତ୍ୟା ଚାଲିଯିବା ପରେ ଆଗକୁ ରାଜ୍ୟରେ ପୁଣି ଥରେ ତାତି ବଢ଼ିବା ନେଇ ଆଶଙ୍କା ବୃଦ୍ଧି ପାଇଛି ।