ଭକ୍ତିମୁଖ୍ୟ ଖବର

ସବରିମଲା ପ୍ରଥାରେ ଲିଙ୍ଗ ବେଦଭାବ ନାହିଁ: ସୁପ୍ରିମ କୋର୍ଟରେ କେନ୍ଦ୍ରର ମତ

ସବରିମଲା ମନ୍ଦିରରେ ଲାଗୁଥିବା କିଛି ନିୟମ ଲିଙ୍ଗ ବେଦଭାବ ଉପରେ ଆଧାରିତ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ ଜଣାଇଛନ୍ତି। ବିଭିନ୍ନ ମନ୍ଦିରରେ ଧାର୍ମିକ ପରମ୍ପରା ଅନୁଯାୟୀ ପୁରୁଷ କିମ୍ବା ମହିଳାଙ୍କ ପାଇଁ ଭିନ୍ନ ନିୟମ ରହିଥାଏ ବୋଲି ସରକାର କହିଛନ୍ତି।
ମୁଖ୍ୟ ନ୍ୟାୟାଧୀଶ ସୂର୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ନଅ ନ୍ୟାୟାଧୀଶଙ୍କ ବେଞ୍ଚ ସମ୍ମୁଖରେ ସରକାର ପକ୍ଷରୁ ଅଧିବକ୍ତା ତୁଷାର ମେହେତା କହିଥିଲେ ଯେ, ୨୦୧୮ ର ରାୟ ଭୁଲ ଧାରଣା ଉପରେ ଆଧାରିତ ଥିଲା। ସେହି ରାୟରେ ପୁରୁଷଙ୍କୁ ଉଚ୍ଚ ସ୍ଥାନ ଓ ମହିଳାଙ୍କୁ ନିମ୍ନ ସ୍ଥାନରେ ଦେଖାଯାଇଥିବା ଧାରଣା ରହିଥିଲା।
ସେ ଉଦାହରଣ ଦେଇ କହିଥିଲେ ଯେ, କେତେକ ମନ୍ଦିରରେ ପୁରୁଷମାନଙ୍କୁ ପ୍ରବେଶ ନିଷେଧ ରହେ, ଆଉ କେଉଁଠି ପୁରୁଷ ପୁଜାରୀମାନେ ମହିଳାଙ୍କ ପାଦ ପ୍ରକ୍ଷାଳନ କରନ୍ତି। କେତେକ ସ୍ଥାନରେ ବିବାହିତ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ ଓ କେଉଁଠି ପୁରୁଷମାନେ ମହିଳା ବେଶରେ ପୂଜା କରନ୍ତି।
ନ୍ୟାୟାଧୀଶ ବି.ଭି. ନାଗରତ୍ନା କହିଥିଲେ ଯେ, ସମସ୍ତଙ୍କୁ ମନ୍ଦିରରେ ପ୍ରବେଶ ଅଧିକାର ମିଳିବା ଉଚିତ। ତଥାପି ଏହା ସବରିମଲା ମାମଲା ସହ ସମ୍ପୃକ୍ତ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।
ସୁପ୍ରିମ କୋର୍ଟ ବର୍ତ୍ତମାନ ଧାର୍ମିକ ସ୍ୱାଧୀନତା ଓ ମୂଳ ଅଧିକାର ମଧ୍ୟରେ ସମନ୍ୱୟ ସମ୍ପର୍କିତ ବଡ଼ ସଂବିଧାନିକ ପ୍ରଶ୍ନ ଉପରେ ଶୁଣାଣି କରୁଛି। କେନ୍ଦ୍ର ସରକାରର ମତ ଅନୁସାରେ, ସବରିମଲାର ଏହି ପ୍ରଥା ଧାର୍ମିକ ଆସ୍ଥା ଓ ପରମ୍ପରା ଉପରେ ଆଧାରିତ, ଲିଙ୍ଗ ବେଦଭାବ ଉପରେ ନୁହେଁ।

Show More

Related Articles

Back to top button