Breaking PLUSମୁଖ୍ୟ ଖବର

ତୃତୀୟ ଲହରରେ ଶିଶୁଙ୍କ ପାଇଁ ଚିନ୍ତା, ଜାଣନ୍ତୁ ସଂଜୀବନୀ କେତେ ପ୍ରସ୍ତୁତ ?

ଦେଶରେ ଧିରେ ଧିରେ ଦ୍ବିତୀୟ ଲହର କମିବାରେ ଲାଗିଛି । ଦୈନିକ ୪୦ ହଜାର ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ତୃତୀୟ ଲହର ଆସିବାର ଆଶଂକା ରହିଛି ।

ଦେଶରେ ଧିରେ ଧିରେ ଦ୍ବିତୀୟ ଲହର କମିବାରେ ଲାଗିଛି । ଦୈନିକ ୪୦ ହଜାର ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ତୃତୀୟ ଲହର ଆସିବାର ଆଶଂକା ରହିଛି । ତୃତୀୟ ଲହରରେ ଅଧିକ ପ୍ରଭାବିତ ହୋଇପାରନ୍ତି ଶିଶୁ । ବିଶେଷଜ୍ଞଙ୍କ ଚେତାବନୀ ପରେ ଶିଶୁଙ୍କ ପାଇଁ ସଞ୍ଜିବନୀ ବାହାର କରିବାକୁ ଜୋରଦାର ଚାଲିଛି ପ୍ରସ୍ତୁତି । ଜୁନ୍ ମାସରୁ କୋଭାକ୍ସିନର ପ୍ରଥମ ଡୋଜ୍ ଟିକା ଟ୍ରାଏଲ ଆରମ୍ଭ ହୋଇଥିବା ବେଳେ ଏବେ ଦ୍ବିତୀୟ ଡୋଜ୍ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦିଲ୍ଲୀ ଏମ୍ସରେ ପ୍ରଥମ ଡୋଜ୍ ଟ୍ରାଏଲ ବେଳେ ସାମିଲ ଥିବା ୬ରୁ ୧୨ବର୍ଷର ପିଲାଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହାର ରିପୋର୍ଟ ଆସିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ’ ଶିଶୁଙ୍କ କ୍ଷେତ୍ରରେ କେତେ ପ୍ରଭାବଶାଳୀ ତାହା ଏହି ରିପୋର୍ଟରୁ ଜଣାପଡ଼ିବ । ଦେଶରେ ତୃତୀୟ ଲହର ଆଶଙ୍କା ଯୋଗୁ ପିଲାଙ୍କ କ୍ଷେତ୍ରରେ ଟିକା ପରୀକ୍ଷା ପାଇଁ ଗତ ମେ’ରେ ସୁପାରିସ କରିଥିଲା ଭାରତ ବାୟୋଟେକ୍ । ଏହାପରେ ଟିକା ଟ୍ରାଏଲ ପାଇଁ DCGI ଅନୁମତି ଦେଇଛି । ଦେଶରେ ୫୨୫ ପିଲାଙ୍କୁ ଏହି ଟ୍ରାଏଲରେ ସାମିଲ କରାଯାଇଛି । ଦେଶରେ ଶିଶୁଙ୍କ କ୍ଷେତ୍ରରେ ଭାରତ ବାୟୋଟେକ୍ ସହ ଜାଇଡସ୍ କାଡିଲା କରୋନା ଟିକାର ପରୀକ୍ଷଣ ଚାଲିଛି

Show More

Related Articles

Back to top button