ଓଡ଼ିଶାଦେଶମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଏହି ସେଲିବ୍ରିଟି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଭାରତ ସରକାରଙ୍କ ଦ୍ୱାରା ହର ଘର ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ସହିତ ବଲିଉଡଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ଭାରତୀୟ ସଂସ୍କୃତି ମନ୍ତ୍ରାଳୟ ଗୋଟିଏ ଚାରି ମିନିଟ୍ ୨୪ ସେକେଣ୍ଡର ଏକ ଭିଡିଓ ରିଲିଜ୍ ହୋଇଛି। ଏହି ଭିଡିଓରେ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କ ବ୍ୟତୀତ ପ୍ରଭାସ ଏବଂ କୀର୍ତ୍ତି ସୁରେଶ ମଧ୍ୟ ନଜର ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ଏଥର ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅମୃତ ମହୋତ୍ସବ ପାଳନ କରାଯିବ। ଏହି କାରଣରୁ ହର ଘର ତ୍ରିରଙ୍ଗା ଗୀତ ରିଲିଜ୍ ହୋଇଛି। ଚଳଚ୍ଚିତ୍ର ଜଗତରୁ କ୍ରିକେଟର ଏବଂ ଆଥଲେଟ୍ସ ପର୍ଯ୍ୟନ୍ତ ଏହି ଗୀତରେ ଅନ୍ତର୍ଭୁକ୍ତ କରାଯାଇଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏହି ଗୀତଟି ସୋନୁ ନିଗମ, ଆଶା ଭୋସଲେ ଗାଇଛନ୍ତି। ଏହି ଭିଡିଓରେ ବିରାଟ କୋହଲିଙ୍କ ବ୍ୟତୀତ କେ.ଏଲ୍ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନଜର ଆସିଛନ୍ତି। ସେହିପରି ପିଭି ସିନ୍ଧୁ, ମୀରା ବାଇ ଚାନୁ ଠାରୁ ନୀରଜ ଚୋପ୍ରା ଏବଂ କପିଲ ଦେବ ମଧ୍ୟ ଏହି ଭିଡିଓର ଏକ ଅଂଶ ହୋଇଛନ୍ତି। ଲୋକମାନଙ୍କୁ ନିବେଦନ କରାଯାଉଛି ଯେ ସ୍ୱାଧୀନତାର ୭୫ ତମ ବର୍ଷରେ, ସେମାନେ ପ୍ରତ୍ୟେକ ଘରେ ଉଡ଼ାଇବାକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିଛନ୍ତି। ସେବେଠାରୁ ଫେସବୁକ, ଇଷ୍ଟଗ୍ରାମ, ଟ୍ୱିର୍ଟର ଆଦି ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏହି ଅଭିଯାନରେ ଅନେକ ସେଲିବ୍ରିଟି ମାନେ ମଧ୍ୟ ସାମିଲ ହୋଇଛନ୍ତି । ଏବଂ ତାଙ୍କ ପ୍ରଫାଇଲରେ ମଧ୍ୟ ତ୍ରିରଙ୍ଗା ଫଟୋ ରଖିଛନ୍ତି ।

Show More

Related Articles

Back to top button