ଆସନ୍ତା ୫ ତାରିଖରେ କଟକ ବାଲିଯାତ୍ରା ତଳ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଆୟୋଜନ ହେବ । କୋଭିଡ କଟକଣା ଉଠିବା ପରେ ଚଳିତ ଥର ଧୁମଧାମରେ ପାଳନ ହେବ ରାବଣ ପୋଡ଼ି ଉତ୍ସବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏ ନେଇ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ଆବାହକ ଆଶୀର୍ବାଦ ବେହେରା । ସନ୍ଧ୍ୟା ୭ ଟା ରୁ ଆରମ୍ଭ ହୋଇ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଦୀର୍ଘ ୩୧ ବର୍ଷ ଧରି ରାବଣ ପୋଡ଼ି ଉତ୍ସବ ଏହି ସଂଗଠନ କରି ଆସୁଥିବା ବେଳେ ଚଳିତ ଥର ଆହୁରି ଧୁମଧାମରେ ହେବ ଏହି ଉତ୍ସବ । ରାବଣ ପୋଡ଼ି କାର୍ଯ୍ୟକ୍ରମ ସହ ନାଚ, ଗୀତ, ଆତସବାଜୀ ଓ ବନାଟି ଆଦି ଖେଳ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେବ।
Related Articles
Check Also
Close