ଚଳିତବର୍ଷ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଆସିବେ ୩ ହଜାର ହବିଷ୍ୟାଳୀ । କାର୍ତ୍ତିକ ମାସ ନୀତିକାନ୍ତି ଇ ନୀତି ସବ୍ କମିଟି ବୈଠକରେ ଚୂଡାନ୍ତ ହୋଇଛି । କାର୍ତ୍ତିକ ବ୍ରତ , ହବିଷ୍ୟାଳୀ ରହଣୀ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୮ ଶହ ହବିଷ୍ୟାଳୀ ପଂଜୀକରଣ କରିଥିବାବେଳେ ଆଗକୁ ସଂଖ୍ୟା ୩ ହଜାର ଛୁଇଁପାରେ ବୋଲି ଆକଳନ କରାଯାଉଛି ।
ସେହିପରି ସେମାନଙ୍କ ରହଣୀ, ପ୍ରସାଦ ସେବନ, ସ୍ୱାସ୍ଥ୍ୟ ସୁବିଧା ନେଇ ବ୍ୟବସ୍ଥା ହୋଇଛି ।ମହାପ୍ରସାଦ ଯୋଗାଣ ନେଇ ସୁଆର ମହାସୁଆର ନିଯୋଗକୁ ଦାୟିତ୍ୱ ମିଳିଛି ।