ଦେଶପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ଚଳିତ ବର୍ଷ ଦୀପାବଳିରେ ଫୁଟିବନି ବାଣ,ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଚଳିତ ବର୍ଷ ଦୀପାବଳିରେ ଫୁଟିବନି ବାଣ । ପରିବେଶ ପ୍ରଦୂଷଣ ଏବଂ ଶଦ୍ଦ ପ୍ରଦୂଷଣ ନଜରରେ ରଖି ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଛନ୍ତି ସରକାର। ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଉପରେ ଲାଗିଛି ନିଷେଧାଦେଶ । ଏନେଇ ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।

ମନ୍ତ୍ରୀ ଗୋପାଳ ରାୟ ତାଙ୍କ ଟ୍ୱିଟ୍ ଆକାଉଣ୍ଟରେ କହିଛନ୍ତି ଯେ, ସମସ୍ତ ପ୍ରକାର ବାଣ ଉତ୍ପାଦନ, ଷ୍ଟୋର୍‌, ବିକ୍ରୟ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ସେହିପରି ଅନଲାଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ରହିବ ଏବଂ ଏହି ନିଷେଧାଦେଶକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ରାଜସ୍ୱ ବିଭାଗ ସହ ଆଲୋଚନା ପରେ ଏକ ଆକ୍ସନ ପ୍ଲାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ହି ନିଷେଧ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

Show More

Related Articles

Back to top button