Breaking PLUSଓଡ଼ିଶାମୁଖ୍ୟ ଖବର
ଗୁରପତୱନ୍ତ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁ ନାଁରେ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ ମେଲ୍। ଏହି ମେଲ୍ରେ ପୁନର୍ବାର ଡିଜିପି ସମ୍ମିଳନୀକୁ ଟାର୍ଗେଟ କରି ଧମକ ଦିଆଯାଇଛି। ଡିଜିପି ସମ୍ମିଳନୀରେ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ପନ୍ନୁ ଘୋଷଣା କରିଛି। ଏହା ସହିତ ଭୁବନେଶ୍ଵର ବିମାନବନ୍ଦରକୁ ମଧ୍ୟ ଟାର୍ଗେଟ କରାଯାଇଛି। ରବିବାର ଭୁବନେଶ୍ଵରରୁ ବିମାନ ଉଡ଼ାଣ ନ କରିବାକୁ ମେଲରେ ଚେତାବନୀ ଦିଆଯାଇଛି। ତେବେ ମେଲ୍ଟି ପନ୍ନୁ ନିଜେ କରିଛି ନାଁ ତା’ ନାଁରେ ଆଉ କେହି ବ୍ୟକ୍ତି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।