Breaking PLUSମୁଖ୍ୟ ଖବରରାଜନୀତି

ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଲେ ୩ ସାଂସଦ

ରାଜ୍ୟସଭାରେ ଓଡ଼ିଶାରୁ ନବନିର୍ବାଚିତ ସାଂସଦମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଓଡ଼ିଆ ଭାଷାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଏହି ତିନିଜଣ ସାଂସଦଙ୍କୁ ଶପଥ ପାଠ କରାଇଥିଲେ। ତେବେ ଚତୁର୍ଥ ସାଂସଦ ସୁଜିତ କୁମାର ଏପର୍ଯ୍ୟନ୍ତ ଶପଥ ନେଇନାହାଁନ୍ତି। ସେ କାହିଁକି ଶପଥ ନେଇନାହାଁନ୍ତି ସେଥିପାଇଁ ସ୍ପଷ୍ଟ କାରଣ ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ୨୦୨୬ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ କୁମାର ରାୟ ମଧ୍ୟ ଜିତିଥିଲେ। ସେହିପରି ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି।

ଏହି ଶପଥ ଗ୍ରହଣ ପରେ ଓଡ଼ିଶାର ପକ୍ଷରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ ଆହୁରି ସୁଦୃଢ଼ ହେବ ବୋଲି ମନେ କରାଯାଉଛି।

Show More

Related Articles

Back to top button