Breaking PLUSଦୁର୍ଘଟଣାସ୍ୱାସ୍ଥ୍ୟ
ତେଲ ଟ୍ୟାଙ୍କର ସହ ଅଟୋ ଧକ୍କା ହୋଇ ୪ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି

କୁଚିଣ୍ଡା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏନ୍ଏଚ୍ ୪୯ ତବଲାକଟା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଅପରପାର୍ଶ୍ୱରୁ ଆସୁଥିବା ତେଲ ଟ୍ୟାଙ୍କର ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ ହୋଇଥିବା ବେଳେ ୪ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିଲେ। ଏଥିରେ ଅଟୋ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ସମସ୍ତ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ କୁଚିଣ୍ଡା-ଦେବଗଡ଼ ଜାତୀୟ ରାଜପଥ ଅବରୋଧ କରିଛନ୍ତି।