ଜୁଲାଇ ୩୧ ତାରିଖ ଯାଏଁ କୋଭିଡ୍ ନିୟମ ପାଳନ କରିବା ପାଇଁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦେଶରେ କରୋନା ସଂକ୍ରମଣ କମୁଥିଲେ ସୁଦ୍ଧା ନିୟମ ମାନିବା ନିହାତି ଆବଶ୍ୟକ ।
ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ସତର୍କ ସୂଚନା ଦେବା ପରେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ୍କୁ ଜୁଲାଇ ୩୧ ଯାଏଁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।