
ବିବାହ ଋତୁରେ ଶସ୍ତା ସୁନା କିଣିବା ପାଇଁ ଏବଂ ନିବେଶ ପାଇଁ ଭଲ ମଉକା ରହିଛି। ସରକାରୀ ସ୍ୱର୍ଣ୍ଣ ବଣ୍ଡ ଯୋଜନା ୨୦୨୧-୨୨ ର ଅଷ୍ଟମ କିସ୍ତି ସବ୍ସକ୍ରିପ୍ସନ ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି। ଏହି ଅଫର ଡିସେମ୍ବର ୩ ତାରିଖରେ ଶେଷ ହେବା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏହାର ମୂଲ୍ୟ ଗ୍ରାମ ପ୍ରତି ୪୭୯୧ ଟଙ୍କା ଧାର୍ଯ୍ୟ କରିଛି। ସଭରେନ ଗୋଲ୍ଡ ବଣ୍ଡ ସ୍କିମ (ଏସଜିବି) ପାଇଁ ଆବେଦନ ୨୯ ତାରିଖ, ସୋମବାରଠୁ ଆରମ୍ଭ ହେବ। ଏହି ଅଫର ୫ ଦିନ ଯାଏଁ ରହିବ। ଏଥିରେ ଅନଲାଇନ ଆବେଦନ କଲେ କିମ୍ବା ଡିଜିଟାଲ ପେମେଣ୍ଟ କଲେ ନିବେଶକଙ୍କୁ ଗ୍ରାମ ପ୍ରତି ୫୦ ଟଙ୍କା ରିହାତି ମିଳିବ। ଏହି ନିବେଶକଙ୍କୁ ଗ୍ରାମ ପ୍ରତି ୪୭୪୨ ଟଙ୍କାରେ ମିଳିବ।
ଉଲ୍ଲେଖନୀୟ ଯେ, ସଭରେନ ଗୋଲ୍ଡ ବଣ୍ଡ ସରକାରୀ ସିକ୍ୟୁରିଟି ଯାହାର ମୂଲ୍ୟ ସୁନା ଗ୍ରାମରେ ମୂଲ୍ୟାଙ୍କନ କରାଯାଇଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ଫିଜିକାଲ ଗୋଲ୍ଡ ରଖିବାକୁ ଉତ୍ତମ ବିକଳ୍ପ। ଏହି ସ୍କିମରେ ବିନିଯୋଗ କରୁଥିବା ନିବେଶକଙ୍କୁ ଇସ୍ୟୁ ପ୍ରାଇସ ନଗଦ ଦେବାକୁ ପଡିବ ଏବଂ ବଣ୍ଡ ମାଚ୍ୟୁରିଟି ହେଲେ ନଗଦ ଆକାରରେ ପେମେଣ୍ଟ ହୋଇପାରେ। ଆରବିଆଇ ଭାରତ ସରକାରଙ୍କ ତରଫରୁ ବଣ୍ଡ ଜାରି କରେ। ୨୦୧୫ ମସିହାରେ ଭାରତ ସରକାର ସଭରେନ ଗୋଲ୍ଡ ବଣ୍ଡ ସ୍କିମ ଆରମ୍ଭ କରିଥିଲେ।