ଭାରତକୁ ୧.୭୫ ବିଲିୟନ୍ ଡଲାର୍ର ଲୋନ୍ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ
ସ୍ୱାସ୍ଥ୍ୟ ଏବଂ ବେସରକାରୀ ନିବେଶରେ ହେବ ଖର୍ଚ୍ଚ

ଭାରତର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଋଣ ଆକରରେ ସହାୟତା ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଭାରତ ପାଇଁ ୧.୭୫ ବିଲିୟନ୍ ଡଲାର୍ ଅର୍ଥାତ ୧୩,୮୩୪.୫୪ କୋଟି ଟଙ୍କାର ଋଣ ମଞ୍ଜୁରୀ କରାଯାଇଛି । ଏହି ଅର୍ଥ ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ସ୍କିମ୍ ଏବଂ ବିସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ କରାଯିବ । ଯାହାକି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ ।
ବିଶ୍ୱ ବ୍ୟାଙ୍କର ବୋର୍ଡ ଅଫ୍ ଏକ୍ଜୁକ୍ୟୁଟିଭ୍ ଡାରେକ୍ଟର ଦୁଇଟି ୫ ଶହ ଡଲାରର ସହାୟତା ଭିତ୍ତିକ ଋଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାକି ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ବିଶ୍ୱ ବ୍ୟାଙ୍କ ଏହି ଏକ ବିଲିୟନ୍ ଡଲାର୍ ଅକ୍ଟୋବର ୨୦୨୧ରେ ଲଞ୍ଚ୍ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ହେଲ୍ଥ୍ ଇନ୍ଫ୍ରାଷ୍ଟ୍ରକ୍ଚର ମିଶନ୍କୁ ସହାୟତା ପ୍ରଦାନ କରିବା ଋଣ ଦେଇଛି । ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସଜାଡ଼ିବା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ।
ମିଳିଥିବା ସୂଚନା ଅନୁସାରେ ମଞ୍ଜୁରୀ ପାଇଥିବା ୨ଟି ଲୋନ୍ ମଧ୍ୟରୁ ଗୋଟିଏ କେବଳ ୭ ରାଜ୍ୟ ପାଇଁ ଖର୍ଚ୍ଚ ହେବ । ଆନ୍ଧ୍ରପ୍ରଦେଶ, କେରଳ, ମେଘାଳୟ, ଓଡ଼ିଶା, ପଞ୍ଜାବ, ତାମିଲ୍ନାଡ଼ୁ ଏବଂ ଉତ୍ତର ପ୍ରଦେଶ ପାଇଁ ଗୋଟିଏ ଲୋନ୍ ରାଶି ଖର୍ଚ୍ଚ ହେବ । ମୋଟ ଲୋନ୍ ମଧ୍ୟରୁ ୧ ବିଲିୟନ୍ ଡଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୭୫୦ ମିଲିୟନ୍ ଡଲାର୍ ବେସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ ହେବ ।