ସ୍ୱାସ୍ଥ୍ୟ

ସକାଳୁ ଗଜାମୁଗ ଖାଆନ୍ତୁ ନିଜକୁ ଫିଟ ରଖନ୍ତୁ : ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ ହିତକର

ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି

ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଗଜାମୁଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରୋଟିନ୍‌, ମିନେରାଲ ଓ ଭିଟାମିନ୍‌ ଭରପୂର ହୋଇ ରହିଥାଏ। ପ୍ରତିଦିନ ମର୍ଣ୍ଣିଂୱାକ୍‌ ବା ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ।

ଆସନ୍ତୁ ଜାଣିବା ଗଜାମୁଗ ଖାଇଲେ କ’ଣ ଉପକାର ମିଳିଥାଏ …
ଗଜାମୁଗ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ I ଗଜାମୁଗରେ ଭିଟାମିନ B, ଭିଟାମିନ୍ C, ଭିଟାମିନ K, ଭିଟାମିନ୍ B – 6, ମାଗ୍ନେସିଅମ, କପର, ଫାଇବର ଥାଏ I ଏହ ସବୁ ଭିଟାମିନ୍ ଯୋଗୁଁ ଆମ ଶରୀରରେ ପ୍ରତିଦିନ ନୂଆ ନୂଆ ରକ୍ତକୋଷ ସୃଷ୍ଟି ହୋଇଥାଏ। ଆୟୁର୍ବେଦ ମତରେ ଏହା ଏକ ନିୟନ୍ତ୍ରିତ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ । ଦୈନନ୍ଦିନ ଖାଦ୍ୟରେ ଯେଉଁ ଅଭାବ ଥାଏ ତାହା ଗଜାମୁଗ ଦ୍ୱାରା ପୂରଣ ହୁଏ । ଶାରୀରିକ ବିକାଶ ଠିକ୍ ହେଉ ନ ଥିବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ।

ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ – ଗଜାମୁଗରେ ଭିଟାମିନ K ଥାଏ I ଭିଟାମିନ K ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ I ଭିଟାମିନ K ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଯାହା ଫଳରେ ଯେ କୌଣସି ପ୍ରକାର ଦୁର୍ଘଟଣା ବା ଆଘାତ ଜନିତ ରକ୍ତସ୍ରାବ ସହଜରେ ବନ୍ଦ ହୋଇଥାଏ। ଏକ କପ ଗଜାମୁଗରେ 34 ମାଇକ୍ରୋଗ୍ରାମ ଭିଟାମିନ K ଥାଏ । ଭିଟାମିନ K ଅସ୍ଥି ଗଠନରେ ସହାୟକ ହୋଇଥାଏ ।

ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ – ଗଜାମୁଗରେ ପେପ୍‌ଟିସାଇଡ ଥାଏ । ପେପ୍‌ଟିସାଇଡ ଆମ ଶରୀରର ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

କୋଷ୍ଠକାଠିନ୍ୟ ଦୂର ହୁଏ – ଗଜାମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଗଜାମୁଗରେ ଫାଇବର ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ମୁଗ ଗଜା ହୋଇଗଲା ପରେ ଏଥିରେ ଥିବା ଶର୍କରା ଗ୍ଲୁକୋଜକୁ ଓ ଫ୍ରୁକଟୋଜ ମଲଟୋଜକୁ ରୂପାନ୍ତରିତ ହୋଇଥାଏ I ଯାହା ଫଳରେ ଗଜା ମୁଗ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏI

ଅକାଳରେ ବାଳ ଝଡ଼ିବା ବନ୍ଦ ହୋଇଥାଏ – ଅକାଳରେ ବାଳ ଝଡ଼ିବା ଆଜି ଯୁବଗୋଷ୍ଠୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତିଦିନ ଗଜା ମୁଗ ଖାଇବା ଦ୍ୱାରା ଅକାଳରେ ବାଳ ଝଡ଼ିବା କମିଯାଏ। ଗଜାମୁଗରେ ଭିଟାମିନ୍ ସି ରହୁଥିବାରୁ ବାଳ ମୂଳରୁ ମଜବୁତ୍ ହୁଏ ଏହା ଦ୍ୱାରା ଝଡ଼ିବା ବନ୍ଦ ହୁଏ । ପ୍ରତିଦନ ଗଜାମୁଗ ଖାଉଥିବା ବ୍ୟକ୍ତିଙ୍କର ପ୍ରାୟ ତ୍ୱଚାର ଔଜଲ୍ଲ୍ୟ ବୃଦ୍ଧି ପାଏ ଓ ଚର୍ମ ରୋଗ ମଧ୍ୟ ହୁଏ ନାହିଁ ।

Show More

Related Articles

Back to top button