🐏ମେଷ-କାହାରି ମତ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ। କାମରେ ଅଧିକ ସମୟ ଲାଗିପାରେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା କରିବେ।
🐮ବୃଷ-ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ କାମ ପୂରା କରିବେ। ବ୍ୟବସାୟରେ ନୂଆ ଚୁକ୍ତି ହେବ।
👩❤️👨ମିଥୁନ-ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଉନ୍ନତି ପାଇଁ କିଛି ନୂଆ ସାଧନ ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ।
🦀କର୍କଟ-ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ଆପଣ ଆଗୁଆ ରହିବେ।
🦁ସିଂହ-ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା ଅଛି। ଅଫିସରେ ପରିବେଶ ମିଶ୍ରିତ ରହିବ। କୌଣସି ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ।
🙎♀️କନ୍ୟା-ଆପଣଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଜୀବିକାରେ କିଛି ପରିବର୍ତ୍ତନ ହୋଇପାରେ। ଆପଣଙ୍କ କ୍ୟାରିୟରରେ ବହୁତ ଭଲ ସୁଯୋଗ ମିଳିବ।
⚖️ତୁଳା-ଘରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ।
🦂ବିଛା-ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠ ସହଯୋଗ କରିବେ। ପରିବାର କାମରେ ଆପଣଙ୍କୁ ଅଧିକ ଯା’ଆସ କରିବାକୁ ପଡ଼ିପାରେ।
🏹ଧନୁ-ନିଜକୁ ଶକ୍ତିବାନ ଅନୁଭବ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ବୈବାହିକ ଜୀବନ ସୁଖକର ହେବ।
🐊ମକର-ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ସଫଳ ହେବେ। ସମାଜରେ ମାନ ସମ୍ମାନ ବଢ଼ିବ।
🏺କୁମ୍ଭ-କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ କାରବାରରେ ପାଣ୍ଠି ଲଗାଇବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
🐟ମୀନ-ଚାକିରିରେ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ। କାମରେ ଅତ୍ୟଧିକ ଆତ୍ମବିଶ୍ବାସୀ ହେଇ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ।