ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ହେଲେ ଇଡିକୁ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଆଗକୁ ତଦନ୍ତ ଦିଗହରା ହେବ କି, ଏନେଇ ଚର୍ଚ୍ଚା ଜୋର ଧରିଛି। ତେବେ କାହିଁକି ମୁହଁ ଖୋଲୁ ନାହାନ୍ତି ଲେଡି ବ୍ଲାକମେଲର ? ଅର୍ଚ୍ଚନାଙ୍କ ଉପରେ ପଡିଛି କି ବାହ୍ୟ ଚାପ ? ଯଦି ଚାପ ପଡିଛି, ତେବେ କିଏ ପକାଇଛି ଚାପ । ଟଙ୍କା ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ହାଇପ୍ରୋଫାଇଲ ଲିଙ୍କ୍ ପର୍ଯ୍ୟନ୍ତ ଇଡି ପ୍ରଶ୍ନର କୌଣସି ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଯାହାକୁ ନେଇ ତଦନ୍ତ ଦିଗହରା ହେବା ନେଇ ଚର୍ଚ୍ଚା ଜୋର ଧରିଛି।
ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି। ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର ମେଡ଼ିକାଲ୍ ଚେକ୍ଅପ୍ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ଦେଖିଥିବା ବୟାନ୍କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ରାଜନେତା ଓ ଅଫିସରଙ୍କ ମୁଖା ଖୋଲି ଯିବ ବୋଲି ଆଶା କରାଯାଉଥିଲା। ହେଲେ ଅର୍ଚ୍ଚନା ଆଜି ପର୍ଯ୍ୟନ୍ତ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି ଅର୍ଚ୍ଚନା।
ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର କରିବ ଇଡି। ସୂଚନା ଅନୁସାରେ, ଏଥର ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଲକ୍ଷ୍ୟ ରଖିଛି ଇଡି।