ଦେଶ ବିଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଆଜି ହେଉଛି ବିଶ୍ୱ ମଧୁମେହ ଦିବସ

ବର୍ତ୍ତମାନ ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମଧୁମେହ । ଘରେ ଘରେ ୧ ରୁ ୨ ମଧୁମେହ ରୋଗୀ ଚିହ୍ନଟ ହେଲେଣି । ବୟସ୍କଙ୍କଠୁ ଧରି ଯୁବପିଢୀ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗର ଶିକାର ।ଏହି ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ଦିବସର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ମଧୁମେହ ରୋଗୀ ବିଷୟରେ ସଚେତନତା ସୃଷ୍ଟି କରିବା । ୧୯୯୧ରୁ ଏହି ହିବସ ବିଶ୍ୱସ୍ତରରେ ପାଳନ କରାଯାଉଛି ।

ଯେତେବେଳ ଶରୀର ସୁଗାର ଗ୍ରହଣ କରିବାର ପ୍ରାକୃତିକ କ୍ଷମତା ହରାଇଥାଏ, ସେତେବେଳ ରକ୍ତରେ ସୁଗାରର ମାତ୍ରା ବଢ଼େ। ତାହାକୁ ହିଁ ମଧୁମେହ କୁହାଯାଏ। ଏଣୁ ମଧୁମେହ ରୋଗକୁ ରୋକିବାକୁ ହେଲେ ଏକ ଉତ୍ତମ ଖାଦ୍ୟ ବ୍ୟବସ୍ଥାକୁ ଆପଣାଇବାକୁ ପଡ଼ିବ୍ୟ ସ୍ନେହସାର ଓ ଶ୍ୱେତସାରଜାତୀୟ ଖାଦ୍ୟର ମାତ୍ରା ଉପରେ ମଧ୍ୟ ନିୟନ୍ତ୍ରଣ ରହିବା ଦରକାର। ସେହିଭଳି ଯୋଗ ଓ ବ୍ୟାୟାମକୁ ଜୀବନଶୈଳୀର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ।

ମଧୁମେହ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ ଅଣସଂକ୍ରାମକ ରୋଗ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମଧୁମେହ ଟାଇପ ୧କୁ ପ୍ରତିରୋଧଯାଇପାରିବ ନାହିଁ କିନ୍ତୁ ଇନସୁଲିନଦ୍ୱାରା ଏହାକୁ ପରିଚାଳିତ ହୋଇପାରିବ । ଗର୍ଭାବସ୍ଥା ମଧୁମେହ କେତେକ ମହିଳାଙ୍କୁ ଗର୍ଭଧାରଣ ସମୟରେ ଦେଖାଦେଇଥାଏ । ଆନ୍ତର୍ଜାତୀୟ ମଧୁମେହ ଫେଡେରେସନଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱ ମଧୁମେହ ଦିବସରେ, ମଧୁମେହ ସମ୍ବନ୍ଧୀୟ ଏକ ନିର୍ଦ୍ଧିଷ୍ଟ ବିଷୟ  ଉପରେ ଧ୍ୟାନ ଆକର୍ଷଣ କରାଯାଇଥାଏ ।

Show More

Related Articles

Back to top button