ଆଜି ‘ବିଶ୍ୱ ପଖାଳ ଦିବସ’
ମହାପ୍ରଭୁଙ୍କ ମଧ୍ୟ ପ୍ରିୟ ଖାଦ୍ୟ ପଖାଳ
ଭୁବନେଶ୍ୱର: ଆଜି ‘ବିଶ୍ୱ ପଖାଳ ଦିବସ’। ଓଡିଆଙ୍କ ପ୍ରିୟ ଓ ପରିଚୟ ହେଉଛି ପଖାଳ । ବିଶ୍ୱର ଯେକୌଣସି କୋଣ ଅନୁକୋଣରେ ଥିଲେ ମଧ୍ୟ ଓଡିଆ ତାର ପଖାଳ କଂସାକୁ କେବେ ଭୁଲିପାରେନା । ୨୦୧୨ ମସିହାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ । ପଖାଳ କଂସାରେ ନଥାଏ ଧନୀ,ଗରିବ ଏବଂ ଜାତି,ଅଜାତିର ପ୍ରକାରଭେଦ ।
ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ ଛପନ ଭୋଗ ମଧ୍ୟରେ ସନ୍ଧ୍ୟା ଧୂପରେ ପଖାଳ ଲାଗି ହୋଇଥାଏ । ପଖାଳ ସହ ଅନେକ ସଂସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ଜଡ଼ିତ । ଏଥି ସହିତ ପଖାଳର ଅଦଭୁତ୍ ଔଷଧୀୟ ଗୁଣ ମଧ୍ୟ ରହିଛି । ପଖାଳ ପିତ୍ତନାଶକ, ପ୍ରତିଦିନ ପଖାଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ,ଅଗ୍ନିମାନ୍ଦ୍ୟ,ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ ।
ପଖାଳର ଅନେକ ସହକାରୀ ଖାଦ୍ୟ , ଯଥା: ବଡିଚୂରା,ଆଳୁ ଭର୍ତ୍ତା , ଶାଗ ଭଜା , ମାଛଭଜା ଇତ୍ୟାଦି ରହିଛି , ଯାହାକୁ ଖାଇଲେ ପଖାଳ ଖାଇବାର ମଜାକୁ ଦ୍ୱିଗୁଣିତ କରିଦିଏ । ବିଦେଶରେ ମଧ୍ୟ ଓଡିଶା ପଖାଳର ଅନେକ ଚାହିଦା ରହିଛି ।