
ଆଜି ମଲ୍ଲିକାର୍ଜୁନ ଧରିବେ କଂଗ୍ରେସ ମଙ୍ଗ । ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ । ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଏଥିପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ତେବେ ତାଙ୍କୁ ଏହି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
ସୂଚନା ଅନୁଯାୟୀ, ଆଜି ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ଅନେକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ, ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାବାଦ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା, AICC କର୍ମକର୍ତ୍ତା ବି ଯୋଗଦେବେ ବୋଲି ଜଣାଯାଇଛି।