ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା
୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହେବ ।। ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ହେବା ସହ ମାଟ୍ରିକ୍ ସମ୍ମେଟିଭ୍-୨ ପରୀକ୍ଷା ଅଫ୍ଲାଇନ୍ରେ ଆରମ୍ଭ ହେଉଛି। ଚଳିତଥର ୩,୫୪୦ଟି କେନ୍ଦ୍ରରେ ସାରା ରାଜ୍ୟରୁ ୫ଲକ୍ଷ ୮୫ହଜାର ୭୩୦ ପରୀକ୍ଷାର୍ଥୀ କୋଭିଡ୍ କଟକଣା ମଧ୍ୟରେ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ କଡ଼ା ସୁରକ୍ଷାରେ ପରୀକ୍ଷା ଆୟୋଜନ ଲାଗି ବୋର୍ଡ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣର ପାଣି, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଏହି ପରୀକ୍ଷା କ୍ୟାରିୟର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।