Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଘୁଞ୍ଚିଲା . 

୧-ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ରହିଛି। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇକୁ ୪ ଓ୍ଵିକେଟ୍ରେ ମାତ୍ ଦେଇଛି। ଏହା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉ ଏକ ଝଟକା ଲାଗିଛି। ସ୍ଲୋ ଓଭର ରେଟ୍ ଅର୍ଥାତ ମନ୍ଥର ଗତିରେ ବୋଲିଂ କାରଣରୁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି।

୨-ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ୩ୟ ମ୍ୟାଚ୍ ରବିବାର ପଂଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମ ପାଳିରେ ୨୦୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ୨୦୮ ରନ୍ କରି ବିଜୟ ହାସଲ କରିଛି।

୩-ଲଗାତାର ଦଶମ ଥର ପ୍ରଥମ ମ୍ୟାଚ୍ ହାରିଲା ମୁମ୍ବାଇ, ରୋହିତ ଶର୍ମାଙ୍କ ନାମରେ ଅଲୋଡା ରେକର୍ଡ ।

୪-ମହିଳା ବିଶ୍ୱକପ୍ର ସେମିଫାଇନାଲ’ରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଛି। ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍ରେ ଭାରତ ହାରିଯାଇଛି। ଏକ ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟ୍ରେ ପରାସ୍ତ କରିଛି। ଗୋଟିଏ ନୋ ବଲ୍ ହିଁ ଏ ସବୁ କରିଦେଇଛି। ପରାଜୟ ସହିତ ସେମିଫାଇନାଲ୍ରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଶେଷ ହୋଇଯାଇଛି।

୫-ଯୁଦ୍ଧରେ ୧୬,୬୦୦ ରୁଷ ସୈନିକଙ୍କ ମୃତ୍ୟୁ, ୟୁକ୍ରେନ ମିଡିଆର ଦାବି .

୬-ସେ ତ ଫକିର ବ୍ୟକ୍ତି, ପଦ ଆଜି କି କାଲି ଯାଉ ଫରକ ପଡିବନି, ଇମ୍ରାନ ସରକାର ଭାଙ୍ଗୁଥିବାର ସଙ୍କେତ ଦେଲେ ମନ୍ତ୍ରୀ .

୭-ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଘୁଞ୍ଚିଲା .                  ୮-ଆସନ୍ତା ଦୁଇ ଦିନ ପାଇଁ ଜରୁରୀ ସେବା ଯେମିତିକି ବ୍ୟାଙ୍କ୍, ପରିବହନ, ରେଳ ସେବା ପ୍ରଭାବିତ ହୋଇପାରେ । କାରଣ ଦୁଇ ଦିନ ପାଇଁ ଟ୍ରେଡ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

୯-କେଜିଏଫ ୨ର ଟ୍ରେଲର ରିଲିଜ୍, ଦର୍ଶକଙ୍କ ମନ ଜିତିଲା ଦମଦାର ଆକ୍ସନ ସହ ଡାଏଲଗ ।

୧୦-୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍ .।

୧୧-ଗାଙ୍ଗପୁର ଥାନାଧିକାରୀ ମୃତ୍ୟୁ ଘଟଣା: ଏଚ୍ଆର୍ପିସି ନେଲା ତଦନ୍ତ ଭାର ।

୧୨-ପ୍ରମୋଦ ସାୱନ୍ତ ସୋମବାର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ପୂର୍ବାହ୍ଣ ୧୧ ଟାରେ ପାଣାଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

୧୩-ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି, ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା ।

୧୪-ତେଲ ଟାଙ୍କି, ଖାଦ୍ୟ ଗୋଦାମକୁ ଧ୍ୱଂସ କରୁଛି ରୁଷ; ସହାୟତା ନମିଳିଲେ ସବୁକିଛି ଧ୍ୱଂସ ହେବ: ଜେଲେନ୍ସ୍କି ।

୧୫-ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଛି। ରବିବାର ନୀତୀଶ ପାଟନାର ଭକ୍ତିୟାରପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଜଣେ ଯୁବକ ସୁରକ୍ଷା ବଳୟ ଭେଦ କରି ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲା।

୧୬-ମୁଁ ନିଜର ପାଞ୍ଚ ବର୍ଷ ପୂରଣ କରିବି, ଇସ୍ତଫା ଦେବି ନାହିଁ: ଇମ୍ରାନ ଖାନ୍।

୧୭-ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ପୁଟିନଙ୍କୁ କଂସେଇ କହିଲେ କହିଲେ ଆମେରିକା ରାଷ୍ଟ୍ରପତି, ନାପସନ୍ଦ କଲେ ଫ୍ରାନ୍ସ ରାଷ୍ଟ୍ରପତି ।

୧୮-ପରାଜୟ ସତ୍ତ୍ୱେ ମହାନଗରରେ ବଢିଛି ବିଜେପିର ଭୋଟ୍ ପ୍ରତିଶତ : ଅପରାଜିତା କହିଲେ, ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା ପ୍ରଦର୍ଶନ ।

୧୯-ମନକି ବାତରେ ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କଲେ ମୋଦି; ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ୍ ସଫା କରୁଛନ୍ତି ରାହୁଲ ।

Show More

Related Articles

Back to top button