
୧-ଆଜି ପବିତ୍ର ଶ୍ରୀରାମ ନବମୀ : ଚଳଚଞ୍ଚଳ ଦେଶର ରାମ ମନ୍ଦିର; ଠାକୁର ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍ରେ ପାଳନ କରାଯାଉଛି ।
୨-ଆଜିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାହିଯାତ । ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ।
୩-ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ : ସେପଟେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର କମିଲା ଦର । କୋଭିସିଲ୍ଡ ଟିକା ଏଣିକି ୬ ଶହ ଟଙ୍କା ବଦଳରେ ୨୨୫ ଟଙ୍କାରେ ଉପଲବ୍ଧ ହେବ ।
୪-ରଥଦାଣ୍ଡରେ ରଥାରୂଢ଼ ହେଲେ ପ୍ରଭୁ ଶ୍ରୀଲିଙ୍ଗରାଜ: ତିନିମୁଣ୍ଡିଆ ଛକରେ ଅଟକିଲେ ମହାପ୍ରଭୁ । ମହାମାରୀ କରୋନା ପାଇଁ ଏଭଳି ମହାଦୃଶ୍ୟ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ପାଇଁ ପ୍ରତୀକ୍ଷାର ହେଲା ଅନ୍ତ ଓ ଭକ୍ତ ମନଭରି ରଥରେ ଦେଖିଲେ ଭଗବାନଙ୍କୁ।
୫-ତିନ୍ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଏପ୍ରିଲ୍ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ ।
୬-ବୌଦ୍ଧର ପ୍ରସିଦ୍ଧ ଐତିହାସିକ ରାମଲୀଳା ଯାତ୍ରା ଗତକାଲିଠାରୁ ହେଲା ଆରମ୍ଭ । ରାଜ୍ୟରେ କରୋନାର ପ୍ରକୋପ ଯୋଗୁଁ ଗତ ଦୁଇ ବର୍ଷ ହେଲା ରାମଲୀଳା ଯାତ୍ରା ବନ୍ଦ ଥିଲା। ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ରାବଣ ବଧ ଦେଖିବାକୁ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇ ରହିଛନ୍ତି।
୭-କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରୁ ଆସନ୍ତା ଏପ୍ରିଲ ମାସ ୧୨ ତାରିଖରୁ ବହୁ ପ୍ରତିକ୍ଷୀତ କଣ୍ଟାବାଞ୍ଜି ଠାରୁ ହାୱାଡା ଇସ୍ପାତ ଏକ୍ସପ୍ରେସ ହେବ ଶୁଭାରମ୍ଭ ।
୮-ନନ୍ଦନକାନନରେ ଧଳାବାଘୁଣୀ ବାଘୁଣୀ ବିଜୟା ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର ଖୁଆଡରେ ଚାଲିଛି ଚିକିତ୍ସା ବ୍ୟବସ୍ଥା ।
୯-ଏଣିକି ଘରୋଇ ହସ୍ପିଟାଲରେ ବିକ୍ରି ହେବ କୋଭିଡ୍ ଭ୍ୟାକ୍ସିନ୍ । ବେସରକାରୀ ହସପିଟାଲରେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ୧୫୦ ଟଙ୍କା କରାଯାଇଛି ।
୧୦-ସଫଳ ହେଲା ଅଏଲ୍ ଇଣ୍ଡିଆର ସେସମିକ୍ ସର୍ଭେ, ଗୋପ ବ୍ଲକ୍ ଅଞ୍ଚଳରେ ରହିଛି ବହୁ ପରିମାଣର ପେଟ୍ରୋଲ ଓ ଗ୍ୟାସ ଭଣ୍ଡାର । ଗୋପର କୁଶୁପୁରୁରେ ୭୫ ପରସେଣ୍ଟରୁ ଅଧିକ ଓ ମହଲପଡାର ଚିତ୍ରାରେ ୪୦ ପରସେଣ୍ଟରୁ ଅଧିକ ପ୍ରାକୃତିକ ଗ୍ୟାସ ସହ ତୈଳ ଥିବା ସୂଚନା ଦେଲେ ଅଧିକାରୀ ।
୧୧-ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ବର୍ଷ ପୂରିବ। ଏବେରୁ ଚଳିଲାଣି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: ସେପଟେ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ ।
୧୨-ଏଣିକି ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ସଡ଼କ ସୁରକ୍ଷା ପାଣ୍ଠିରୁ ତତ୍କାଳ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବ। ଏ ସଂପର୍କରେ ମନ୍ତ୍ରାଳୟ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
୧୩-ଭାରତୀୟ ପାଣିପାଗ ବିଭାଗଙ୍କ twitter ଆକାଉଣ୍ଟ ହେଲା ହ୍ୟାକ୍, ଅଢେଇ ଲକ୍ଷରୁ ଅଧିକ ଥିଲେ ଫଲୋଅର୍ସ ।
୧୪-ୟୁରୋପରେ ଆସିଲା କୋରୋନା ର ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ । ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍ବେଗର କାରଣ ପାଲଟିଛି।
୧୫-ସରିଲା ଇମ୍ରାନଙ୍କ ଖେଳ, ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ ।
୧୬-ଅନାସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ । କହିଲେ, ପାକିସ୍ତାନରେ ହେଲା ନୂଆ ସକାଳର ଶୁଭାରମ୍ଭ। ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ । ଏହା ପୂର୍ବରୁ ଶାହବାଜ ପଞ୍ଜାବର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ ।
୧୭-ଭୂମିକମ୍ପରେ ଥରିଲା ନିକୋବର ଦ୍ୱୀପପୁଞ୍ଜ । ଆଜି ସକାଳ ୭ଟା ୨ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରହିଥିବା ଜଣାପଡ଼ିଛି ।
୧୮-ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ ।
୧୯-କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ମହିଳା ହକିର ଦୁଇ ଟିକିଆ ଲଢ଼େଇ ରେ ହିସାବ ବରାବର କଲା ନେଦରଲାଣ୍ଡ୍ସ: ପାଲଟା ଲଢ଼େଇକୁ ସୁଟଆଉଟ୍ରେ ହାରିଲା ଭାରତ ।
୨୦-ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍ ହଲ୍ରେ କଟକ ଜିଲ୍ଲା ଚେସ୍ ସ˚ଘ ପକ୍ଷରୁ ଡାକ୍ତର ରବୀନ୍ଦ୍ରନାଥ ସାହୁ ସ୍ମାରକୀ ରାଜ୍ୟ ରାପିଡ୍ ଓ ବ୍ଲିଜ୍ ଚେସ୍ ପ୍ରତିଯୋଗିତାରେ ୧୦ ଜିଲ୍ଲାରୁ ୭୧ ଜଣ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ମୋଟ ୧୪୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି।
ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।