୧-ରୋମାଞ୍ଚକର ମ୍ୟାଚ୍ରେ ୧୨ ରନରେ ବାଜି ମାରିଲା ପଞ୍ଜାବ କିଙ୍ଗ୍ସ, ମୁମ୍ବାଇର କ୍ରମାଗତ ପଞ୍ଚମ ପରାଜୟ ।
୨-ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା, ଝାରସୁଗୁଡ଼ାରେ ସର୍ବାଧିକ ୪୪ଡିଗ୍ରୀ ତାପମାତ୍ରା ରେକର୍ଡ ।
୩-ଓଡ଼ିଶାରେ ପ୍ରଥମ: ୨ କୋଟିର କୋକେନ୍ ଜବତ, ୨ ମାଫିଆ ଗିରଫ, ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଛି ଚେର ।
୪-ଏସିଆରେ ବ୍ୟାପିଲାଣି ଉଚ୍ଚ ମୁଦ୍ରାସ୍ଫୀତି ଆଗକୁ ସ୍ଥିତି ଆହୁରି ବିଗିଡ଼ିବ ।
୫-ବିଜୁଳି ସଙ୍କଟ ଉତ୍କଟ: ଓଡ଼ିଶାରେ ବି ନିଅଣ୍ଟ; ବିଦ୍ୟୁତ କାଟ୍ ଆରମ୍ଭ ।
୬-ବିଶ୍ବର ୧୦ ବ୍ୟସ୍ତବହୁଳ ବିମାନ ବନ୍ଦରରେ ଆମେରିକାର ୮ଟି ।
୭–ଦଙ୍ଗା କଥା ଛାଡ଼, ରାମ ନବମୀ ଦିନ ଉତ୍ତର ପ୍ରଦେଶରେ ଝଗଡ଼ା ବି ହୋଇନାହିଁ: ଯୋଗୀ ଆଦିତ୍ୟନାଥ ।
୮-ୟୁକ୍ରେନ୍ ଯୁଦ୍ଧକୁ ‘ନରସଂହାର’ କହିଲେ ବାଇଡେନ୍ ।
୯-ରାଜଧାନୀ ପ୍ରତିଷ୍ଠା ଦିବସରେ ୧୩ ଜଣ ବ୍ୟକ୍ତିଙ୍କୁ ଦିଆଗଲା ‘ରାଜଧାନୀ ଗୌରବ ସମ୍ମାନ’ ।
୧୦-ମାହାଙ୍ଗା କୁସୁପୁରରେ ୫ ଜଣଙ୍କୁ ବୀଭତ୍ସ ହତ୍ୟା ମାମଲା । ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ।
୧୧-ମମିତାଙ୍କୁ ନ୍ୟାୟ ଦେବା ପାଇଁ ୮ ବର୍ଷ ପରେ କଳା କୋର୍ଟ ପିନ୍ଧିଲେ ବିଧାୟକ ନରସିଂହ ମିଶ୍ର, ହାଇକୋର୍ଟରେ କଲେ ମାମଲା ପରିଚାଳନା ।
୧୨-ଅପରାଜିତାଙ୍କୁ ରାଜଧାନୀ ଜନ୍ମଦିନ ଉତ୍ସବକୁ ଡକାନଯିବା ପ୍ରସଙ୍ଗରେ ତେଜିଲା ରାଜନୀତି, କଂଗ୍ରେସ ବି କଲା ନିନ୍ଦା ।
୧୩-୨୦୨୬ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଅବଧି ବୃଦ୍ଧି ।
୧୪-ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଅନୁଧ୍ୟାନ କରିବାକୁ ଭାରତୀୟ ଆର୍ମିକୁ ପରାମର୍ଶ । କିଭଳି ଲଢେଇ କରୁଛି ଦୁଇଦେଶର ସେନା, କୌଶଳ ଶିଖିବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ସୁରକ୍ଷା କମିଟି ।
୧୫-ତିନି ଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ : ମୋଦି ସରକାର ଦେଉଥିବା ମାଗଣା ଚାଉଳ ଗରିବଙ୍କ ପାଖରେ ପହଁଚୁ, ଏହା ଆମର ଦାୟିତ୍ୱ-ଧର୍ମେନ୍ଦ୍ର ପ୍ରଧାନ।
୧୬-‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଗିରଫ ।
୧୭-ଆର୍ଯ୍ୟନଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରୁଥିବା ୨ ଏନ୍ସିବି ଅଧିକାରୀ ନିଲମ୍ବିତ ।
୧୮-ଖୋଲୁଛି ଓମଫେଡ ଦୁର୍ନୀତିର ଗୁମର । ଚାଷୀଙ୍କ ଗୁହାଳ, ବାଛୁରୀ ପାଳନ ଓ ମିଥ୍ୟା ପ୍ରମାଣ ପତ୍ର ଦେଇ ଖାଇ ଯାଇଛନ୍ତି କୋଟି କୋଟି ଟଙ୍କା।
୧୯-ରାଜ୍ୟରେ ବଢ଼ୁଛି ବେଆଇନ ନିଶା କାରବାର । ପ୍ରତିଦିନ ହାରାହାରି ୯୨ ଜଣ ଗିରଫ ହେଉଥିବାବେଳେ ରୁଜୁ ହେଉଛି ୧୧୦ ମାମଲା ।
୨୦-ପୁର୍ବତ୍ତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ(ଓଏସଏସସି) ଭାବରେ ନିଯୁକ୍ତି ମିଳିଛି ।
୨୧-ଫାଇଜର, ମଡର୍ଣ୍ଣାଠାରୁ ଭାରତୀୟ କୋଭିଡ ଟିକା ଅଧିକ ଭଲ : ପୁନାୱାଲା ।
ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଆମ ଓଡ଼ିଆ ନୂଆବର୍ଷ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ।