ଆଜିର ଖବର
ଦ୍ରୁତ ଗତିରେ ବଢୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଏକ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ- ଜଣଙ୍କର ମୃତ୍ୟୁ ।
୧. ଦ୍ରୁତ ଗତିରେ ବଢୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଏକ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ- ଜଣଙ୍କର ମୃତ୍ୟୁ ।
ଏବେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ କଟକଣାକୁ ଲାଗୁ କରାଯାଇଛି । ମାସ୍କ ପିନ୍ଧିବାକୁ ପାଇଁ କୁହାଯାଇଛି । ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବା ପାଇଁ ପଡିବ ବୋଲି ଘୋଛଣା କରାଯାଇଛି । ଏବେ ଦିଲ୍ଲୀରେ ସ୍କୁଲ୍ ବନ୍ଦ କରାଯାଇ ନଥିଲେ ବି ଅଲଗା ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।
୨. ପୋଲାର୍ଡ ପାଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ୩୪ ବର୍ଷ ବୟସରେ ହଠାତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ ।
୩. ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରାଇଭେଟ୍ ସେକ୍ଟର କମ୍ପାନୀ ଟାଟା ଷ୍ଟିଲ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଋଷ୍ରେ ବନ୍ଦ କରିବ କାରବାର ।
୪. ପୁଣି ହଇଚଇ ସୃଷ୍ଟି କଲା କରୋନା, ଜର୍ମାନୀରେ ଦୁଇ ଲକ୍ଷ ନୂଆ ମାମଲା, ଇଟାଲୀ-ଫ୍ରାନ୍ସରେ ମଧ୍ୟ ସ୍ଥିତି ଅନିୟନ୍ତ୍ରୀତ ।
୫. ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ମୋଟ୍ ୧୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିବା ବେଳେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଓଏସ୍ଡି ଥିବା ବରିଷ୍ଠ ଓଏଏସ୍ ଦେବାଶିଷ ପଟ୍ଟନାୟକଙ୍କୁ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ।
୬. ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ପଂଜାବକୁ ୯ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ ।
୭. ପରମାଣୁ ଯୁଦ୍ଧର ବଢିଲା ଆଶଂକା ? ବିଧ୍ୱଂସକାରୀ ମିସାଇଲ ‘ସରମତ’ର ପରୀକ୍ଷଣ କଲା ରୁଷ ।
୮. ୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।
୯. ‘ହୁ’ ମୁଖ୍ୟଙ୍କୁ ମିଳିଲା ନୂଆ ଗୁଜରାଟି ନାଁ: ଟେଡରସ ଆଧାନମଙ୍କୁ ତୁଳସୀ ଭାଇ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୧୦. ଡୋନବାସରେ ୟୁକ୍ରେନ-ରୁଷିଆ ମୁହାଁମୁହିଁ: ରୁଷ ସେନାକୁ ୟୁକ୍ରେନ ସେନାର ପ୍ରତିରୋଧ ।
୧୧. ଋଷ-ୟୁକ୍ରେନ ବିପକ୍ଷ ଯୁଦ୍ଧ ଭିତରେ ଚାଷୀମାନଙ୍କ ପାଇଁ ସାର ସଂକଟ ଦେଖାଯିବ ବୋଲି ଆଶଙ୍କା ଦୂର ହୋଇଛି । ସଠିକ ସମୟରେ ଋଷ ଯଥେଷ୍ଟ ସାର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।
୧୨. କରୋନା ଏଣ୍ଟିବଡିକୁ ନେଇ ଆସିଲା ବି.ଏଚ.ୟୁ ଗବେଷଣାର ଆଶ୍ଚର୍ଯ୍ୟଜନକ ଫଳାଫଳ, ମାତ୍ର ୧୭ ପ୍ରତିଶତ ହିଁ କୋଭିଡ ପ୍ରତିରୋଧୀ ।
୧୩. ଅସହ୍ୟ ତାତି : ଆଜି ୪୦ ଡିଗ୍ରୀ ଉପରେ ୧୯ ସହର, ଜଳିଲା ସୋନପୁର ।
୧୪. ୬୨ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତିରେ ଜାଲିଆତି: ୧୩ ବର୍ଷ ପରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ ।
୧୫. ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ: ମହାପ୍ରଭୁ ଜଗନ୍ନାଥଙ୍କ ଜୁଲାଇ ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବ ବୋଲି ସୁଦର୍ଶନ ମେକାପ ସୂଚନା ପ୍ରଦାନ କରିଥିଲେ ।
୧୬. ଶିକ୍ଷକ ଅଭାବ ପୂରଣ ନିମନ୍ତେ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ: ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ।
୧୭. ଦେଶରେ ସୃଷ୍ଟି ହେବନି ବିଜୁଳି ସଂକଟ। ଭାରତ ନିକଟରେ ୩୦ ଦିନରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି ।
୧୮. ଯେଉଁ ବିଦେଶୀମାନେ ପାରମ୍ପରିକ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହାନ୍ତି ସେମାନଙ୍କ ଲାଗି ଭାରତ ଏକ ସ୍ବତନ୍ତ୍ର ଆୟୁଷ୍ ଭିସା ପ୍ରଚଳିନ କରିବାକୁ ନିଷ୍ପତ୍ତି ନେଇଛି ।
୧୯. ରାଜ୍ୟରେ ପଛେଇଛି ଟିକାକରଣ। ପାଖାପାଖି ୧୩ ଲକ୍ଷ ବରିଷ୍ଠ ନାଗରିକ ନେଇ ନାହାନ୍ତି, ଦ୍ବିତୀୟ ଓ ପ୍ରତିଷେଧାତ୍ମକ ପାନ ଟିକା । ୬ ଲକ୍ଷ ୪୩ ହଜାର ୪୫୦ ଜଣ ଦ୍ବିତୀୟ ପାନ ନେଇ ନ ଥିବାବେଳେ ୬ ଲକ୍ଷ ୪୭ ହଜାର ୫୧ ପ୍ରତିଷେଧାତ୍ମକ ପାନ ଟିକା ନେଇ ନାହାନ୍ତି ।
୨୦. ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।