Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ରାଜ୍ୟର ସବୁଠାରୁ ବଡ ସାଇବର ଠକେଇ ।

୧-ରାଜ୍ୟର ସବୁଠାରୁ ବଡ ସାଇବର ଠକେଇ । କେଉଁଝର ବ୍ୟବସାୟୀଙ୍କ ଠାରୁ ଠକି ନେଲେ ୨ କୋଟି ୩୫ ଲକ୍ଷ ଟଙ୍କା । ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଠକେଇ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ । ଅଭିଯୋଗ ପରେ ଇଓଡବ୍ଲୁ ଓ ସାଇବର ସେଲ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ରାଜ୍ୟରେ ଯେତିକି ଠକେଇ ହୋଇଛି ଏହା ସବୁଠାରୁ ବଡ ସାଇବର ଠକେଇ ।

୨-ଟିକସ ଠକେଇ ପାଇଁ ମୁମ୍ବାଇରୁ ଭୁବନେଶ୍ୱର ଜାଲ ବିଛାଇଛନ୍ତି ସୁନା ବେପାରୀ । ଜିଏସଟି ଫାଙ୍କିବା ପାଇଁ ଚୋରାରେ ଆଣୁଥିଲେ ସୁନା ।

୩-ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପରସ୍ପର ସହ କଥା ହୋଇଛନ୍ତି। ପ୍ରାୟ ୯୦ମିନିଟ ଧରି ଦୁହେଁ ଅନେକ ବିଷୟରେ ଆଲୋଚନା କରିଥିବା ବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାର କାରଣ କହିଛନ୍ତି ପୁଟିନ୍। ମାକ୍ରୋନଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ ୟୁକ୍ରେନରେ କ’ଣ ହାସଲ କରିବାକୁ ଚାହୁଁଛନ୍ତି ତାହା କହିଛନ୍ତି।

୪-ରିଲାଏନ୍ସ ଓ ସନମିନା ଭାରତରେ ନିର୍ମାଣ କରିବେ ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ।

୫-ଯୁଦ୍ଧ ଭିତରେ ଋଷ-ୟୁକ୍ରେନ ମଧ୍ୟରେ ବେଲାରୁସ ସୀମାରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ବୈଠକ । ସେପଟେ ଆକ୍ରମଣ ନେଇ ପୁଟିନଙ୍କ କଡା ଆଭିମୁଖ୍ୟ ।

୬-ୟୁପି ନିର୍ବାଚନ ୨୦୨୨: ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ ସୃଷ୍ଟି କରାଯାଉଥିଲା ଜାତିଭେଦ ।

୭-ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ପ୍ରସଙ୍ଗ: ଏକ ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇେ‌କାର୍ଟଙ୍କ ନିର୍ଦ୍ଦେଶ

୮-ପଶ୍ଚିମବଙ୍ଗରେ ପଦା ହୋଇଗଲା ବିଜେପି, ପୌର ନିର୍ବାଚନରେ ୧୦୮ରୁ ୧୦୨ ଆସନ ପୋଛି ନେଇଛି TMC, ପୁଣି ଖାତା ଖୋଲିଲେ ବାମ ମୋର୍ଚ୍ଚା ।

୯-ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବାକୁ ପଦକ୍ଷେପ ନେଲେ ରାଜ୍ୟ ସରକାର, ୪ ପ୍ରତିନିଧିଙ୍କୁ ଦେଲେ ଦାୟିତ୍ବ ।

୧୦-ଜେଲ୍ ଭିତରେ ବଢ଼ୁଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲୋକପ୍ରିୟତା: ୧୮ ସ୍ତ୍ରୀଙ୍କ ସ୍ୱାମୀର ଠକାମୀର କାହାଣୀ ଶୁଣିବା ପାଇଁ କଏଦୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା ।
୧୧-ଯୁଦ୍ଧର ଅଷ୍ଟମ ଦିନରେ ଆକ୍ରମଣ ଜୋରଦାର କରୁଛି ଋଷ୍‌, ଧ୍ବଂସସ୍ତୁପ ପାଲଟିଗଲାଣି ୟୁକ୍ରେନ୍‌ର ୧୦ ସହର ।।

୧୨-ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ, ଆସନ୍ତା ୨ ଦିନରେ ଫେରିବେ ୭୪୦୦ ।

୧୩-ଜେଲେନସ୍କିଙ୍କ ବଡ କାର୍ଯ୍ୟାନୁଷ୍ଠାନ: ୟୁକ୍ରେନରେ ଥିବା ରୁଷ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ ।

୧୪-ୟୁପିରେ ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ।

୧୫-ପୌର ନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥିପତ୍ର ଦାଖଲ: ବିଜେଡିରୁ ନବୀନ, ବିଜେପିରୁ ଗୋଲକ, କଂଗ୍ରେସରୁ ନିରଞ୍ଜନ ବାଣ୍ଟିବେ ଟିକେଟ୍ ।

୧୬-କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳଦାସ ପାଇବେ ‘ମାହାରୀ ସମ୍ମାନ’ ।

୧୭-ରାଜ୍ୟର ୩୦ଟି ସ୍ଥାନରେ ଜିଏସ୍‌ଟି ଚଢଉ, ୨୦ ତମାଖୁ ପ୍ରସ୍ତୁତକାରୀ ପ୍ରତିଷ୍ଠାନ‌ କାଗଜପତ୍ର ଯାଞ୍ଚ ।

୧୮-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଲାଗିଥିବା ଆଦର୍ଶ ଆଚରଣ ବିଧି ୨୮ତାରିଖରୁ ଉଠିଯାଇଛି। ଏବେ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ଏହା କେବଳ ନିର୍ବାଚନ ହେଉଥିବା ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ‌ ଅଞ୍ଚଳରେ ଲାଗୁ ହୋଇଛି। କୌଣସି ଗ୍ରାମାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହେବନି ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଓ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ।

୧୯-ନବରଙ୍ଗପୁର ଜିଲ୍ଲାରେ ଭୂ-କମ୍ପର ଝଟ୍‌କା; ଥରିଲା ଚନ୍ଦାହାଣ୍ଡି, ଝରିଗାଁ ଓ ଉମରକୋଟ ।

୨୦-ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ ।

୨୧-ସାମ୍ନାକୁ ଆସିଲା ୟୁକ୍ରେନର ଧ୍ୱଂସ ଚିତ୍ର; ଦେଖନ୍ତୁ ସାଟେଲାଇଟ ଦ୍ୱାରା କଏଦ ହୋଇଥିବା ଛାରଖାର ୟୁକ୍ରେନର ନୂଆ ଫଟୋ ।

୨୨-କୂଲଭୂଷଣ ଯାଦବଙ୍କ ଲାଗି ଏପ୍ରିଲ ୧୩ ତାରିଖ ସୁଦ୍ଧା ଓକିଲ ବ୍ୟବସ୍ଥା କରିବେ ଇମ୍ରାନ ସରକାର : ପାକିସ୍ତାନ ହାଇକୋର୍ଟ ।

 

Show More

Related Articles

Back to top button