ଆଜିର ମୁଖ୍ୟ ଖବର
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
୧-ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପ-ଜିଲ୍ଲାପାଳ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।
୨-ବାଣପୁରରେ ଲଖିମପୁର ଘଟଣା: ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ସୀମା ଟପିଲା, ବିଜେପି ସମର୍ଥକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ ବିଧାୟକ
୩-ଜଣେ ବିଧାୟକ ଅମାନୁଷିକ ଭାବରେ ଗାଡ଼ି ଚଢ଼ାଇଦେବା ଘଟଣା ରାଜ୍ୟରେ ପ୍ରଥମ: ଧର୍ମେନ୍ଦ୍ର ପ୍ରଧାନ ।
୪-ଖବର ଅନୁଯାୟୀ, ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ କି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କିଛି ପୋଲିସ କର୍ମୀ, ମହିଳା, ସାମ୍ବାଦିକ ଥିବା ଜଣାପଡିଛି । ଏପିରିକି ଜଣେ ପୋଲିସ କର୍ମୀଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିବାର ଖବର ରହିଛି ।
୫–୨ୟ ଟେଷ୍ଟ Day1: ଭାରତର ୨୫୨ ଜବାବରେ ଶ୍ରୀଲଙ୍କା ୮୬/୬, ବୁମରାହଙ୍କ ଘାତକ ବୋଲିଂ ।
୬-ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିଲା: ବିଜେଡିର ଦାବି: ୮୯% ବ୍ଲକ୍ ଦଖଲ ।
୭-ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି(ଆପ୍) ସରକାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛି । ଆମ୍ ଆଦ୍ମୀ ପାର୍ଟି ବିଧାୟକ ଦଳ ନେତା ଭଗୱନ୍ତ ସିଂହ ମାନ୍ ଶନିବାର ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ରାଜ ଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଶ୍ରୀ ମାନ୍ କହିଛନ୍ତି ଶପଥ ଗ୍ରହଣ ଉତ୍ସବ ଭଗତ ସିଂହ ଜନ୍ମସ୍ଥାନ ଖଟକର କଲନ୍ ରେ ଅନୁଷ୍ଠିତ ହେବ। ଆସନ୍ତା ୧୬ ତାରିଖ ଦିନ ୧୨ଟା ୩୦ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
୮-ସୁରକ୍ଷା ଏଜେନ୍ସୀ ଓ ବିଶେଷ କରି ଫୋର୍ସଙ୍କ ସମ୍ପର୍କରେ ଥିବା ଲୋକଙ୍କ ଧାରଣା ଏବେ ବଦଳୁ: ମୋଦି ।
୯-ପୁରୀ ଜିଲ୍ଲା ଗସ୍ତରେ ବାତ୍ୟା ନିରୋଧି ବନୀକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
୧୦-ଜୈବିକ ଅସ୍ତ୍ର ନେଇ ରୁଷିଆର ବଡ ଅଭିଯୋଗ । ଆମେରିକା ସହଯୋଗରେ ୟୁକ୍ରେନ ଲ୍ୟାବରେ ପ୍ରସ୍ତୁତ ହେଉଛି ଜୈବିକ ଅସ୍ତ୍ର ।
୧୧-ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ରୁଷ । ମାରିୟୁପୋଲ ସହରରେ ଥିବା ଏକ ମସଜିଦ୍ ଉପରେ ରୁଷ ସେନା ରକେଟ ମାଡ କରିଛି । ଯାହା ଫଳରେ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
୧୨-ୟୁକ୍ରେନରେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଟାର୍ଗେଟ କରିପାରେ ରୁଷ, ଆମେରିକାକୁ ବି ଦେଲା ଚେତାବନୀ ।
୧୩-ରୁଷ ଆକ୍ରମଣରେ ୟୁକ୍ରେନ୍ର ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି: ଜେଲେନସ୍କି ।
୧୪-କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧ % ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି । ଯାହା ବିଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ । ଏହା ଦ୍ବାରା ୬୦ ଲକ୍ଷ ହିତାଧିକାରୀ ପ୍ରଭାବିତ ହେବେ ।
୧୫-ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଆହୁରି କଡ଼ା ହେଲା ଆମେରିକା, ୩ ଋଷୀୟ ସଂସ୍ଥାଙ୍କ ବିରୋଧରେ ଲାଗିଲା କଟକଣା ।
୧୬-କଟକଣା ହଟିଲା, ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର ।
୧୭-ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୧୮୦ କୋଟି ଟପିଛି। ଦେଶବ୍ୟାପୀ ସଫଳତାର ସହ ଟିକାରଣ ଅଭିଯାନ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୮୦ କୋଟି ୩ ଲକ୍ଷ ୭୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି।
୧୮-ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ୩୧୪ ବ୍ଲକରୁ ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍ ।
୧୯-ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କା ବ୍ୟବସାୟ କରିଛି।
୨୦-ଭାରତ ଜଣାଉ କେଉଁ ମିସାଇଲ ନିକ୍ଷେପ କରିଥିଲା, କେବଳ ଦୁଃଖ ପ୍ରକାଶ କଲେ ଚଳିବନି, ଯୁଗ୍ମ ତଦନ୍ତ କରାଯାଉ: ପାକ୍ ।