ଆଜି ପହିଲି ରଜ
ଲାଗିଛି ପିଠାପଣାର ଆସର: କରୋନା ପାଇଁ ଘରେ ଘରେ ଚାଲିଛି ଉତ୍ସବ
ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ । ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି ।
ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି । ବରଷକେ ଥରେ ରଜ ପାଳିବାକୁ ସେତ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ପଡିଛି କରୋନା ଛାଟ । କରୋନା ପାଇଁ ଏଥର ଲକଡାଉନ ଥିବାରୁ ଏଥର ରଜ ଉତ୍ସବ ଫିକା ପଡିବାର ଦେଖାଦେଇଛି । ତଥାପି ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବର ମାହୋଲ । ପିଠା ପଣାରେ ମହକୁଛି ପ୍ରତି ଘର ।