ସଂସାରର ଲୋକେ ତ ଚର୍ବିତଚର୍ବଣ କରୁଛନ୍ତି । ସେମାନଙ୍କର ଇନ୍ଦ୍ରିୟମାନେ ବଶରେ ନ ଥିବାରୁ, ସେମାନେ ଭୋଗ କରିଥିବା ବିଷୟକୁ ହିଁ ବାରମ୍ୱାର ଭୋଗ କରିବା ନିମନ୍ତେ ସଂସାରରୂପ ଘୋର ନରକ ଆଡକୁ ଚାଲିଛନ୍ତି । ଆପେ ଆପେ ହେଉ ,କି କେହି ଶିଖାଇବାରୁ ହେଉ,କିମ୍ଵା ସେମାନେ ଯେପରି ସଙ୍ଗରେ ରହିଛନ୍ତି, ସେହି ସଙ୍ଗଦୋଷରୁ ହେଉ,ଏପରି ଗୃହାସକ୍ତ ଲୋକଙ୍କର ବୁଦ୍ଧି ଭଗବାନ୍ ଶ୍ରୀକୃଷ୍ଣଙ୍କ ଠାରେ ଲାଗୁନାହିଁ । ଯେଉଁମାନେ ଇନ୍ଦ୍ରିୟଗ୍ରାହ୍ୟ ବାହ୍ୟ ବିଷୟମାନଙ୍କୁ ହିଁ ପରମ ଇଷ୍ଟ ବୋଲି ଭାବି ମୂର୍ଖତାବଶତଃ ,ଅନ୍ଧ ପଛରେ ଅନ୍ଧ ଚାଲିଲା ପରି ,ଶେଷରେ ଗାତରେ ପଡିଯିବାକୁ ଯାଉଛନ୍ତି ଏବଂ ବେଦବାଣୀରୂପ ଦଉଡିରେ ବା କାମ୍ୟକର୍ମର ଦୀର୍ଘବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ,ସେମାନେ ଜାଣିନାହାନ୍ତି ଯେ,ଭଗବାନ୍ ବିଷ୍ଣୂ ହିଁ ହେଉଛନ୍ତି ସେମାନଙ୍କର ସ୍ବାର୍ଥ ଓ ପରମାର୍ଥ । ଯାହାଙ୍କର ବୁଦ୍ଧି ଭଗବାନଙ୍କର ଚରଣକମଳକୁ ସ୍ପର୍ଶ କରିଥାଏ ,ତାହାଙ୍କର ଜନ୍ମ-ମୃତ୍ୟୁରୂପ ଅନର୍ଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । କିନ୍ତୁ ଯେଉଁ ଲୋକ ଅକିଞ୍ଚନ ଭଗବତ୍ ପ୍ରେମୀ ମହାତ୍ମାମାନଙ୍କର ଚରଣଧୂଳିରେ ସ୍ନାନ କରିନାହିଁ, ସେ ଅନ୍ୟ କାମ୍ୟକର୍ମସବୁ ପୂର୍ଣ୍ଣରୂପେ ପାଳନ କରିସାରିଲେ ବି, ତାର ବୁଦ୍ଧି ଭଗବତ୍ ଚରଣ ସ୍ପର୍ଶ କରିପାରି ନାହିଁ ।
ଶ୍ରୀ ଜଗନ୍ନାଥ ଶରଣଂ