Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ ; ୨୬ରୁ ଭୋଟ ଗଣତି

ଆଜି ରାଜ୍ୟରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ।

ଆଜି ରାଜ୍ୟରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ମୋଟ ୨୫ ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରୁଛନ୍ତି ଭୋଟର। କୋଭିଡ ନିୟମ ଅନୁସାରେ ୧୩,୫୧୪ଟି ବୁଥରେ ମୋଟ ୪୧, ୮୮,୩୮୨ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ଭଳି ହିଂସା, ଓ ବୁଥ୍ ଲୁଟର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପୂର୍ବ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ଚିହ୍ନଟ ହୋଇଥିବା ୧,୭୭୫ଟି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ନିର୍ବାଚନ ଶେଷ ହୋଇଥିବା ୫ଟି ଜିଲ୍ଲାରେ ନିୟୋଜିତ ପୋଲିସ ଫୋର୍ସକୁ ୨୫ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି। ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ। ଆସନ୍ତା ଫେବୃଆରୀ ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କାର୍ଯ୍ୟ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଭୋଟ ଗଣତି  ସମୟରେ ଯେପରି କୌଣସି ଅପ୍ରିତିକର ସମସ୍ୟା ନଉପୁଜେ ସେଥିପାଇଁ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Back to top button