Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ

ପୋଲିସ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଲେ ଛାତ୍ର କଂଗ୍ରେସ ।

ଛାତ୍ର କଂଗ୍ରେସର ରଣହୁଙ୍କାର । ମନ୍ତ୍ରୀ ଅରୁଣ ସାହୁଙ୍କ ଘର ମୁହାଁ ଛାତ୍ର କଂଗ୍ରେସ । ପୋଲିସ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଲେ ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନ ଉପରକୁ ପଚା ଟମାଟୋ ମାଡ଼ କଲେ । ଅରୁଣ ସାହୁଙ୍କ ଘରକୁ ଟମାଟୋ ମାଡ ହୋଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଆଜି ଟମାଟୋ ମାଡ଼ କରାଯାଇଛି। ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ଆଡମିଶନ୍ ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିଥିଲେ। ସେହିପରି ନକଲି ସାର୍ଟିଫିକେଟ ଘଟଣାରେ ଅନେକ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

Show More

Related Articles

Back to top button