Breaking PLUSଦେଶମୁଖ୍ୟ ଖବରରାଜନୀତି

କାଲି ଜେଡିୟୁର ବିଧାୟକ ଦଳ ବୈଠକ

ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ଫର୍ମୁଲା କାର୍ଯ୍ୟକାରୀ ହୋଇପାରେ । ଅର୍ଥାତ୍‌ ମେଣ୍ଟ ଏଥର ସରକାରରେ ସମସ୍ତ ଦଳକୁ ସାମିଲ କରିବାକୁ ଚାହୁଁଛି ।

ଆସନ୍ତା ୨୨ରେ ବର୍ତ୍ତମାନ ବିହାର ସରକାରଙ୍କ ଶେଷ ଦିନ ରହିଛି । ଏହା ପୂର୍ବରୁ ୧୮ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ ଏବଂ ଶପଥ ଗ୍ରହଣ ସମାରୋହ ୧୯ କିମ୍ବା ୨୦ରେ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button