କେନାଲକୁ ବସ୍ ଖସି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ।
ପୁଲିସ ସୂଚନା ଅନୁଯାୟୀ, ଉକ୍ତ ବସରେ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ । ଚାଟାର୍ଡ ବସ୍ରେ ଏମାନେ ଉତ୍ତର ପ୍ରଦେଶରୁ ଲକ୍ଷ୍ନୌ ଯାଉଥିଲେ । ଏହି ସମୟରେ ବସ୍ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ରାୟଗଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତ ବିଳମ୍ବିତ ରାତିରେ ଓଲ୍ଡ ନ୍ୟାସନାଲ ରୋଡ ଜଙ୍କସନ ରୁପହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ । ବସ୍ରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ । ପରେ ବସ୍ ନିୟନ୍ତ୍ରଣ ହରାଇ କେନଲକୁ ଖସି ପଡିଥିଲା । କେନାଳରେ ଥିବା କାଦୁଅରେ ବସ୍ଟି ଓଲଟିପଡିଥିଲା । ଖବର ପାଇ ପୁଲିସ ସେଠାରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି ।