Breaking PLUSଦେଶମୁଖ୍ୟ ଖବର

ଆନ୍ଧ୍ରରେ ଟ୍ରକ-ବସ୍ ଧକ୍କା, 6 ମୃତ

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାପଟଲା ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ଅଢେଇଟା ବେଳେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ପ୍ରାଇଭେଟ ଟ୍ରାଭେଲ୍ସର ବସ୍ 40ଜଣ ଯାତ୍ରୀଙ୍କୁ ନେଇ ମଙ୍ଗଳବାର ରାତିରେ ବାପଟଲା ଜିଲ୍ଲାର ଚିନଗଂଜମରୁ ପାରଚୁର ଓ ଚିଲକଲୁରିପେଟ ଦେଇ ହାଇଦ୍ରାବାଦ ଯିବାକୁ ପାଇଁ ବାହାରିଥିଲା ।
ତେବେ ମଧ୍ୟରାତ୍ରିରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଚିଲକଲୁରିପେଟ ମଣ୍ଡଳର ଅନ୍ନମବତଲୱାରିପଲେମ ଓ ପାସୁମରୁ ଗାଁ ମଧ୍ୟରେ ବସକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କିଛି ସେକେଣ୍ଡ ମଧ୍ୟରେ ବସର ଡ୍ରାଇଭରଙ୍କ ସମେତ 5ଜଣ ଜଳିଯାଇଥିଲେ ।

Show More

Related Articles

Back to top button