Breaking PLUSଦେଶ ବିଦେଶମୁଖ୍ୟ ଖବର

ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ଼ ଦାୟିତ୍ବ ଦେଲେ ଟ୍ରମ୍ପ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଟ୍ରମ୍ପ। ଶପଥ ନେବା ପୂର୍ବରୁ ଏବେ ଟିମ୍‌ ଗଢିବାରେ ଲାଗିପଡିଛନ୍ତି। ଗତକାଲି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେବା ପରେ ଆଜି ଆଉ ୨ଜଣଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି। ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

 

Show More

Related Articles

Back to top button