Breaking PLUSଓଡ଼ିଶାମୁଖ୍ୟ ଖବର

କଣ୍ଟାପାଲି ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ବିଜେପି ନେତାଙ୍କ ମୃତ୍ୟୁ

ବରଗଡ : ବରଗଡ ଜାତୀୟ ରାଜପଥ କଣ୍ଟାପାଲି ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ତେବେ ଏହା ଦୁର୍ଘଟଣା କି ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ଏ ନେଇ ବିଜେପି ନେତା ଏବଂ ଆହତ ବିଜେପି କର୍ମୀ ଅଭିଯୋଗ ଆଣିଛନ୍ତି। ଏକ କାର ଯୋଗେ ସେମାନେ ଘରକୁ ଫେରୁଥିବାବେଳେ ଏକ ହାଇଓ୍ବା ତାଙ୍କୁ ତିନି ତିନି ଥର ଧକ୍କା ଦେଇଥିଲା। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବିଜେପି କର୍ମୀ କହିଛନ୍ତି । ଶନିବାର ବିଳମ୍ବିତ ରାତିରେ ବରଗଡ ଜାତୀୟ ରାଜପଥ କଣ୍ଟାପାଲି ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ମୃତକ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରୀଆ ବୋଲି ଜଣାପଡିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। କାର୍ ରେ ଡ୍ରାଇଭରଙ୍କ ସମେତ ମୋଟ୍ ୬ ଜଣ ଥିଲେ। ବୁର୍ଲା ପୁଲିସ୍ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button