Breaking PLUSଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡି ଧକ୍କାରେ ଦୁଇ ପୋଲିସ କର୍ମଚାରୀ ଆହାତ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭୟଙ୍କର ଆକ୍ରମଣ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭୟଙ୍କର ଆକ୍ରମଣ ହୋଇଛି। ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ଗାଡ଼ି ନେଇ ଭିଡ଼ ଭିତରକୁ ପଶିଯାଇଥିଲେ । ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଥିବା ଲୋକେ ଢେଙ୍ଗାରେ ବିଧାୟକଙ୍କୁ ମାଡମାରି ଥିଲେ । ଲୋକଙ୍କ ମାଡ଼ରେ ବିଧାୟକ ତଳେ ପଡ଼ିଯାଇଥିଲେ । ଏବଂ ବିଧାୟକଙ୍କୁ ସମର୍ଥକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବଂ ସେଠାକାର ଲୋକେମାନେ ବିଧାୟକଙ୍କ ଗାଡ଼ିକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

 

Show More

Related Articles

Back to top button